BJP workers in Malkangiri Photograph: (Sambad )
ମାଲକାନଗିରି: ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାହୁଲ ଗାନ୍ଧିଙ୍କ ଆକ୍ରମଣ ଅଭିଯୋଗ ନେଇ ମାଲକାନଗିରି ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ପ୍ରଦର୍ଶନ ହୋଇଛି। ବିଜେପି କର୍ମୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଶତାଧିକ ବିଜେପି ଯୁବ ଗୋଷ୍ଠୀ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ କରିଥିବା ଆକ୍ରମଣକୁ ନିନ୍ଦା କରିବା ସହ କଂଗ୍ରେସ ଏକ ହିଂସାତ୍ମକ ପାର୍ଟି ବୋଲି ବିବେଚନ କରିଥିଲେ। ତୁରନ୍ତ ରାହୁଲ ଗାନ୍ଧି ଦେଶର ଜନତାଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।
କଂଗ୍ରେସ ହିଂସାର ବାହକ ବୋଲି ମଧ୍ୟ କୁହାଯାଇଛି। ପରେ ଜିଲ୍ଲା କଂଗ୍ରେସ ଭବନ ଆଗରେ ରାହୁଲଙ୍କ କୁଶପୁତ୍ତଳିକାକୁ ନିଆଁ ଲଗାଇ ଦାହ କରାଯାଇଥିଲା।
Follow Us