ବସ୍ ଦୁର୍ଘଟଣାର ମୃତକ ଓ ଗୁରୁତରଙ୍କୁ ଆର୍ଥିକ ସହାୟତା ଦାବି

Advertisment
ବସ୍ ଦୁର୍ଘଟଣାର ମୃତକ ଓ ଗୁରୁତରଙ୍କୁ ଆର୍ଥିକ ସହାୟତା ଦାବି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଝରିଗାଁ –ଚନ୍ଦାହାଣ୍ଡି ଘାଟିରେ ଗତ ୧୧ ତାରିଖରେ ସ୍କୁଲ ବସ ଓଲଟି ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ରାଇଘର ବ୍ଲକ ଅନ୍ତର୍ଗତ ଉଦୟପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୋପାଳ ଚରଣ ଦାସ(୫୨) ଗୁରୁତର ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେ ଗତ ୧୨ ତାରିଖରୁ ପ୍ରତିଦିନ ୨୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ସରକାରୀ ସହାୟତା ମିଳିନଥିବା ପରିବାର ଲୋକେ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଗତ ୨୦ ତାରିଖ ରାତିରେ କଟକ ନିକଟରେ ବସ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବାରୁ ସରକାର ତୁରନ୍ତ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। କେବଳ କଟକ ବସ ଦୁର୍ଘଟଣା ନୁହେଁ ଏପରି ବହୁ ସ୍ଥାନରେ ଦୁର୍ଘଟଣା ଘଟିଲେ ମୃତକଙ୍କ ପରିବାରଙ୍କୁ ସରକାର ଆର୍ଥିକ ସହାୟତା ରାଶି ଘୋଷଣା କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଅତି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସରକାରଙ୍କ ପକ୍ଷରୁ କେବଳ ୧୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆହତ ମାନଙ୍କୁ ବି ଆବଶ୍ୟକ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ମିଳିପାରି ନାହିଁ। ତେଣୁ ଏହି ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe