ମଦ ବେପାରୀକୁ ୩ ବର୍ଷ କାରାଦଣ୍ଡ

Advertisment
ମଦ ବେପାରୀକୁ ୩ ବର୍ଷ କାରାଦଣ୍ଡ

Photo by : zyzixun.net

ମାଲକାନଗିରି : ଚୋରା ମଦ କାରବାର ମାମଲାର ବିଚାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ.ଅନୀଲ କୁମାର ଦତ୍ତ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡ  ଏବଂ ୨୦ ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଅଭିଯୁକ୍ତ ଜଣକ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବେନିଆଗୁଡା ଗ୍ରାମର ଶ୍ରୀହରି ମାଛ।  ଘଟଣା ଅନୁଯାୟୀ ଗତ ୨୦୧୫ ଡିସେମ୍ବର ୧୨ ତାରିଖ ଦିନ ଚିତ୍ରକୋଣ୍ଡା ଥାନା ଏଏସଆଇ ସରୋଜ କୁମାର ତୁର୍କୁ ପୋଟ୍ରୋଲିଂ କରୁଥିବା ସମୟରେ ଶ୍ରୀହରି ମାଛକୁ ଚୋରା ବିଦେଶୀ ମଦ ସହ ଧରିଥିଲେ। ୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସରକାରୀ ଓକିଲ ଗୋପାଳ କୃଷ୍ଣ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe