Laxmanananda Murder Case: ୧୭ ବର୍ଷ ପରେ ବି ହତ୍ୟାକାରୀଙ୍କୁ ମିଳିପାରିଲା ନାହିଁ ଦଣ୍ଡ

Advertisment

ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ଅନ୍ୟ ୪ ଜଣଙ୍କୁ ହତ୍ୟା ଘଟଣାରେ ଆଜି ମାଲକାନଗିରି କୋର୍ଟରେ ଆଭାସୀ ମାଧ୍ୟମରେ ସାକ୍ଷୀ ଗ୍ରହଣ କରାଯାଇଥିଲା। ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ପରଳାଖେମୁଣ୍ଡୁ କୋର୍ଟକୁ କରାଯାଇଥିଲା।

ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ଅନ୍ୟ ୪ ଜଣଙ୍କୁ ହତ୍ୟା ଘଟଣାରେ ଆଜି ମାଲକାନଗିରି କୋର୍ଟରେ ଆଭାସୀ ମାଧ୍ୟମରେ ସାକ୍ଷୀ ଗ୍ରହଣ କରାଯାଇଥିଲା। ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ପରଳାଖେମୁଣ୍ଡୁ କୋର୍ଟକୁ କରାଯାଇଥିଲା।

Mkg witness in court (2)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ଅନ୍ୟ ୪ ଜଣଙ୍କୁ ହତ୍ୟା ଘଟଣାରେ ଆଜି ମାଲକାନଗିରି କୋର୍ଟରେ ଆଭାସୀ ମାଧ୍ୟମରେ ସାକ୍ଷୀ ଗ୍ରହଣ କରାଯାଇଥିଲା। ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ପରଳାଖେମୁଣ୍ଡୁ କୋର୍ଟକୁ କରାଯାଇଥିଲା। ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଜାଦ ସହ ତାହାର ତମାମ ସହଯୋଗୀମାନଙ୍କୁ ଗରଫ କରି କୋର୍ଟ ଚାଲାଣ କରାଯାଇଥିଲା। ହେଲେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲେ ମଧ୍ୟ ଦୀର୍ଘ ୧୭ ବର୍ଷ ପରେ ମଧ୍ୟ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନଙ୍କୁ ଦଣ୍ଡ ମିଳିପାରିଲା ନାହିଁ।

ଶନିବାର ଦିନ ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ପ୍ରତକ୍ଷଦର୍ଶୀ ତଥା ସ୍ୱାମୀଜିଙ୍କ ପଟ୍ଟଶିଷ୍ୟ ସ୍ୱାମୀ ମାଧବ ଚୈତନ୍ୟଙ୍କ ସାକ୍ଷୀ ଗ୍ରହଣ କରିଛନ୍ତି କୋର୍ଟ। ତେବେ ସେ ଘଟଣାକୁ ନିଜ ଆଖିରେ ଦେଖିଛନ୍ତି। ଆଉ ସେ ହିଁ ସେଇ ଆକ୍ରମଣରେ ନିଜକୁ ବଞ୍ଚାଇ ପାରିଛନ୍ତି ବୋଲି କହିଥିଲେ। ସ୍ବାମୀ ମାଧବ ଚୈତନ୍ୟଙ୍କ କହିବା ଅନୁଯାୟୀ ମୁଖ୍ୟ ଅଭିଯୁକ୍ତକୁ ସୁପ୍ରିମକୋର୍ଟ ବେଲ ଦେଇଥିଲେ। ଏବେ କିନ୍ତୁ ପୁଣି ଆଜାଦକୁ ଗିରଫ କରି ଝାରପଡା ଜେଲରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: T20 World Cup: ସ୍କଟଲାଣ୍ଡ୍‌କୁ ହରାଇଲା ୱେଷ୍ଟଇଣ୍ଡିଜ୍; ସେପାର୍ଡ ନେଲେ ପ୍ରଥମ ହ୍ୟାଟ୍ରିକ୍‌

କନ୍ଧମାଳରୁ ପାରଳାଖେମୁଣ୍ଡି କୋର୍ଟକୁ କେଶ ସ୍ଥାନାନ୍ତର ହୋଇଥିବାରୁ ମୁଁ ବି ପାରଳାଖେମୁଣ୍ଡିକୁ ନଯାଇ ମାଲକାନଗିରି କୋର୍ଟରୁ ଆଭାସୀ ମାଧ୍ୟମରେ ସାକ୍ଷ ପ୍ରଦାନ କରିଥିଲି ବୋଲି ସେ କହନ୍ତି। ଏହି ଘଟଣାକୁ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏବଂ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲେ ନାହିଁ। ତୁରନ୍ତ ଏହି କେଶକୁ ସିବିଆଇ ହାତକୁ ଦେବାକୁ ଦାବି କରିଥିଲେ। ନିର୍ଦୋଷ ୫ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରି ବେଶ ଆଜାଦରେ ରହିଛନ୍ତି ଅଭିଯୁକ୍ତମାନେ। ତୁରନ୍ତ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe