କାଲିମେଳା: ଧାନ କାଟୁ ଥିବାବେଳେ କାମୁଡ଼ିଦେଲା ସାପ, ଚାଷୀ ମୃତ

Advertisment
କାଲିମେଳା: ଧାନ କାଟୁ ଥିବାବେଳେ କାମୁଡ଼ିଦେଲା ସାପ, ଚାଷୀ ମୃତ

Deccan Chronicle

କାଲିମେଳା: ଏବେ ଧାନ କଟା ସମୟ ଚାଲିଥିବା ବେଳେ ମାଲକାନଗିରି ଜିଲ୍ଲାରେ ବିଷଧର ସାପ କାମୁଡାର ଶିକାର ହେଉଥିବା ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ତଳେ ଏମ୍‌ଭି୧୧୩ ଗ୍ରାମର କ୍ରିଷ୍ଣା ଢାଲି ନାମକ ଜଣେ ଚାଷୀଙ୍କର ସାପ କାମୁଡ଼ାରେ ଜୀବନ ଯାଇଥିବା ବେଳେ ଗତକାଲି ମଧ୍ୟ ଜଣେ ଆଦିବାସୀ ଚାଷୀଙ୍କ ଜୀବନ ଯାଇଛି।

ଚାଷୀ ଜଣକ ହେଉଛନ୍ତି ପଡ଼ିଆ ବ୍ଲକ୍‌ର ଭାଲାମପାଲି ଗ୍ରାମର ଉଲ୍ଲା ମାଢ଼ି। ଉଲ୍ଲା ଗତକାଲି ଜମିରେ ଧାନ କାଟୁଥିବା ବେଳେ ଏକ ବିଷଧର ନାଗ ସାପ କାମୁଡି ଦେଇଥିଲା। ତେବେ ଉଲ୍ଲାଙ୍କୁ ପ୍ରଥମେ ଗୁଣିଆ ନିକଟକୁ ନିଆଯାଇଥିଲା। ଯେତେବେଳେ ଅବସ୍ଥା ଗୁରୁତର ହେଲା ସେତେବେଳେ କାଲିମେଳା ମେଡିକାଲକୁ ରାତି ୮ଟା ସମୟରେ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ଏ ସମ୍ପର୍କରେ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe