ଏନକାଉଣ୍ଟରରେ ଦୁର୍ଦାନ୍ତ ଡେପୁଟି କମାଣ୍ଡର ନିହତ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହେବା ଫଳରେ ଜଣେ ଦୁର୍ଦାନ୍ତ ଡେପୁଟି କମାଣ୍ଡରର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ସହ ଡିଆରଜି ଓ ଏସଟିଏଫ ଯବାନ ଜାତୀୟ ଉଦ୍ୟାନ ପାର୍କରେ ପଶିଥିଲେ।

New Project (5)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହେବା ଫଳରେ ଜଣେ ଦୁର୍ଦାନ୍ତ ଡେପୁଟି କମାଣ୍ଡରର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ସହ ଡିଆରଜି ଓ ଏସଟିଏଫ ଯବାନ ଜାତୀୟ ଉଦ୍ୟାନ ପାର୍କରେ ପଶିଥିଲେ। ଏଠାରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ସୂଚନା ପାଇଥିଲା। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଡେପୁଟି କମାଣ୍ଡର କୋଡି କନ୍ନାର ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଏଥିସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଥିଲା।

 ଏହି ଜାତୀୟ ଉଦ୍ୟାନ ପାର୍କରେ ତେଲେଙ୍ଗାନା ଏରିଆ କମିଟି,ନେସନାଲ ପାର୍କ ଏରିଆ କମିଟି,ପିଏଲଜିଏ ସଦସ୍ୟ ସମେତ ବହୁ କମିଟିର ସଦସ୍ୟମାନେ ଏକତ୍ରିତ ହୋଇଥିବା ସୂଚନା ରହିଥିଲା। ଘଟଣାସ୍ଥଳରୁ ୩୦୩ ବନ୍ଧୁକ ସହ ବିସ୍ଫୋରକ ସହ ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା। ମୃତ ଡେପୁଟି କମାଣ୍ଡର ସୋଡି କନ୍ନା ନାମରେ ସରକାର ୮ ଲକ୍ଷ ଟଂକା ଘୋଷଣା କରିଥିଲେ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe