ମାଲକାନଗିରି: ଛତିଶଗଡ଼ର ବିଜାପୁର ଅଞ୍ଚଳର ନକ୍ସଲ କମାଣ୍ଡର ଗୁରୁବାର ଗିରଫ ହୋଇଥିବା ସୂଚନା ମିଳିଛି। ପୁଲିସ ଏନକାଉଣ୍ଟର ବେଳେ ଫୁଟାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁନେମ ସୋନା ଗିରଫ ହୋଇଛି। ପୁନେମଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବା ପାଇଁ ପୁଲିସ ଘୋଷଣା କରିଥିଲା। ହତ୍ୟା, ହତ୍ୟା ଉଦ୍ୟମ, ଲୋକଙ୍କ ସମ୍ପତ୍ତିକୁ କ୍ଷତି କରିବା, ଆର୍ମ ଏକ୍ଟରେ ସଂପୃକ୍ତ ଥିବା ନକ୍ସଲି କମାଣ୍ଡରଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁ ହୋଇଥିଲା।
ନକ୍ସଲ ଡେପୁଟି କମାଣ୍ଡର ଗିରଫ, ମୁଣ୍ଡ ଉପରେ ଥିଲା ୩ ଲକ୍ଷ ପୁରସ୍କାର ଘୋଷଣା
Advertisment
Follow Us