ମାଲକାନଗିରି ସୀମାରେ ଆଠ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି ସୀମାରେ ଆଠ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ମାଓବାଦୀମାନେ ମାଲକାନଗିରି ସୀମାରୁ ବୁଧବାର ଆଠଜଣଙ୍କୁ ଅପହରଣ କରିନେଇଥିବା ନେଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ଚିନ୍ତାଗୁଫାରୁ ମାଓବାଦୀମାନେ ପୂର୍ବତନ ସରପଞ୍ଚ, ତାଙ୍କ ପତ୍ନୀ ସମେତ ଗ୍ରାମର ଲୋକଙ୍କୁ ଅପହରଣ କରିଛନ୍ତି। କୁହାଯାଉଛି ଯେ, ଅପହୃତ ମାନଙ୍କ ମଧ୍ୟରୁ ତିନିଜଣ ମାଓବାଦୀ ପୂର୍ବରୁ ଛତିଶଗଡ଼ର ସୁକୁମା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ବୁଧବାର ଅପହୃତ ହୋଇଥିବା ଲୋକଙ୍କ ମଧ୍ୟରେ ଏମାନେ ବି ସାମିଲ ଅଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସମ୍ପର୍କୀୟ।

ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ସୀମାରେ ମାଓବାଦୀ ଗତିବିଧ ଥମିବାର ନାମ ନେଉନାହିଁ। ମାଓବାଦୀଙ୍କ ପ୍ରଭାବରେ ଲାଲଗଡ଼ ସମ୍ପୁର୍ଣ୍ଣ ରୂପେ ଅସୁରକ୍ଷିତ ହୋଇ ପଡ଼ିଛି। ମାଓବାଦୀମାନେ କେତେବେଳେ ଖୋଲା ବଜାରରେ ନୀରିହ ଜନତାର ମୁଣ୍ଡ ଗଡ଼ାଉଛିନ୍ତି ତ, କେତେବେଳେ ଆଉ କିଛି ବଡ଼ ଧରଣର ଘଟଣା ଘଟାଉଛନ୍ତି। ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇ ପାରୁ ନାହାନ୍ତି। ସରକାରୀ ଯୋଜନା ବିଚ୍ଛିନ୍ନାଞ୍ଚଳରେ ପହଞ୍ଚି ପାରୁ ନଥିବାରୁ ମାଓବାଦୀ ଗତିବିଧି ବାରମ୍ବାର ଦେଖାଯାଉଛି ବୋଲି ବୁଦ୍ଧିଜୀବୀ ମତ ରଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe