ମନ ଜିଣିଲା ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବ

ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ୫ଦିନ ଯାଏଁ ଏହା ଶେଷ ହୋଇଛି। ଅନ୍ତିମ ଦିନରେ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ପରିଚାଳନା କରିଥିଲେ।

Mkg malyabant utsav

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଲୋକ ମହୋତ୍ସବ ‘ମାଲ୍ୟବନ୍ତ’ ଉଦ୍‌ଯାପିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସାଂସଦ ପ୍ରତିନିଧି ସଂଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏବଂ ବେଦବର ପ୍ରଧାନ,ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ପରିଚାଳନା କରିଥିଲେ।

ମାଲ୍ୟବନ୍ତ ରଙ୍ଗମଞ୍ଚରେ ସମ୍ବଲପୁରୀ କଳାକାର ଧୁମ ମଚାଇଥିଲେ। ସମ୍ବଲପୁରୀ କଳାକାର ଉମାକାନ୍ତ ବାରିକଙ୍କ ଗୀତରେ ଲୋକେ ଝୁମିଲେ ଓ ନାଚିଲେ। ଲୋକଙ୍କ ପାଦ ଆପେ ଆପେ ନାଚି ଉଠୁଥିଲା। ସେହିପରି ଜୟଶ୍ରୀ ଷଡଙ୍ଗୀ, ନନ୍ଦିନୀ କୁମାର ଓ ସଂଧ୍ୟା ପାଟଯୋଶୀଙ୍କର ସଂଗୀତରେ ମଧ୍ୟ ଲୋକେ ଝୁମିଥିଲେ।

ଶେଷ ଦିନରେ ମାଲ୍ୟବନ୍ତ ପଡ଼ିଆରେ ଲୋକାରଣ୍ୟ ହୋଇଥିଲା। ଶେଷ ଦିନଟିକୁ ମନଭୋରି ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ କଳାକାର ମଧ୍ୟ ନିଜର କଳା ପ୍ରଦର୍ଶନ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିଲେ। ବିଭିନ୍ନ ବର୍ଗରେ ବିଜୟୀ ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଲୋକେ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ଜିନିଷ ଘରକୁ ଖରିଦ କରି ନେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ମନକୁ ଖୁସି କରିଥିଲେ। ପଲିଶ୍ରୀ ମେଳାରେ କୋଟି କୋଟି ଟଂକାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି। ୫ଦିନ ଯାକ ପଲିଶ୍ରୀ ମେଳାରେ ଲୋକଙ୍କ ଭିଡ କମୁନଥିଲା। ଏପରିକି ଲୋକେ ଦିନ ବେଳା ମଧ୍ୟ ଆସି ପଲ୍ଲିଶ୍ରୀ ମେଳାରୁ ବିଭିନ୍ନ ମନପସନ୍ଦର ଜିନିଷ କିଣି ନେଉଥିଲେ। ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡିବ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe