ମାଲକାନଗିରି: ଓଡ଼ିଶାର ପୂର୍ବ ଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି। ସଂପ୍ରତି ଅପରେଟର ଇଣ୍ଡିଆ ଵାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ଏମ୍ଭି ଗ୍ରାମକୁ ମିଳିବ ନୂଆ ପରିଚୟ
ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି। ଇଣ୍ଡିଆ ୱାନ୍ ଏୟାରଲାଇନସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି ବୋଲି ଜଣାପଡିଛି। କିନ୍ତୁ ମାଲକାନଗିରି ବିମାନବନ୍ଦର ବାଣିଜ୍ୟିକ ବିମାନ (ନିର୍ଦ୍ଧାରିତ ବିମାନ) ପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ତ୍ତମାନ, ଇଣ୍ଡିଆ ୱାନ୍ ବିଶାଖାପାଟନମ୍ ଏବଂ ଜୟପୁର ମଧ୍ୟରେ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଉଛି ଏବଂ ଏହା ବେଶ ବ୍ୟବସାୟୀକ ଲାଭ ଦେଖାଉଛି।
ଏହି ଖବର ପଢ଼ନ୍ତୁ: ବଣ୍ଡାଘାଟିରେ ଜିଲ୍ଲା ପ୍ରଶାସନ ସହ ସୁଭଦ୍ରା ଯୋଜନାକୁ ନେଇ ରୁଦ୍ଧଦ୍ବାର ବୈଠକ
ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି କଲେକ୍ଟର ଆଶିଷ ଈଶ୍ବର ପାଟିଲଙ୍କ କହିଛନ୍ତି ଯେ ଜାନୁଆରି ୨୦୨୪ରେ ଆନୁଷ୍ଠାନିକ ଭାବେ ଖୋଲାଯାଇଥିବା ମାଲକାନଗିରି ବିମାନବନ୍ଦର ବର୍ତ୍ତମାନ ମନ୍ତ୍ରୀଙ୍କ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ନଚେତ କୌଣସି ଜରୁରୀକାଳୀନ ସେବାରେ ହିଁ ବ୍ୟବହୃତ ହୋଇପାରୁଛି। ନିୟମିତ ଭାବେ ଯାତ୍ରୀମାନଙ୍କୁ ପରିବହନ କରୁଥିବା ବିମାନ ପରି ସେବା ଏଠାରେ ହେଉନାହିଁ। ଆମେ ବର୍ତ୍ତମାନ ବିମାନବନ୍ଦରର ଭିତ୍ତିଭୂମି ବିକାଶକୁ ପ୍ରଧାନ୍ୟ ଦେଉଛୁ ଏବଂ ଟେଣ୍ଡର ମଧ୍ୟ ଆବେଦନ କରାଯାଇଛି। ବିମାନବନ୍ଦର ନିର୍ଦ୍ଧାରିତ ବିମାନ ଉଡ଼ାଣ ପାଇଁ କେବେ ପ୍ରସ୍ତୁତ ହେବ ତାହା ଆକଳନ କରାଯାଉଛି।
ଏହି ଖବର ପଢ଼ନ୍ତୁ: ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
ଜାନୁଆରି ୨୦୨୪ରେ ଆନୁଷ୍ଠାନିକ ଭାବେ ଖୋଲାଯାଇଥିବା ମାଲକାନଗିରି ବିମାନବନ୍ଦର ବର୍ତ୍ତମାନ ମନ୍ତ୍ରୀଙ୍କ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ନଚେତ କୌଣସି ଜରୁରୀକାଳୀନ ସେବାରେ ହିଁ ବ୍ୟବହୃତ ହୋଇପାରୁଛି।
ବିଶାଖାପାଟନମ୍-ମାଲକାନଗିରି ମଧ୍ୟରେ ସେବା ଜିଲ୍ଲା ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ସେବା ରାଜ୍ୟସ୍ତରର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥିର ହେବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ କହିଛନ୍ତି। ଅନ୍ୟପକ୍ଷରେ ବିଶାଖାପାଟନମର ଉତ୍କଳ ସାଂସ୍କୃତିକ ସମାଜର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଅରୁଣ ଦାସ କହିଛନ୍ତି ଯେ ମାଲକାନଗିରି ହେଉଛି ଜିଲ୍ଲା ମୁଖ୍ୟାଳୟ ଏବଂ ବିଶାଖାପାଟନମରୁ ବସ୍ ସୁବିଧା ଅଛି, କିନ୍ତୁ ସହରରୁ ସିଧାସଳଖ ଟ୍ରେନ୍ ସେବା ନାହିଁ। ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟକଙ୍କ ବ୍ୟତୀତ ଶିକ୍ଷା ଏବଂ ଚିକିତ୍ସା ସେବା ପାଇଁ ବିଶାଖାପାଟନମକୁ ଆସୁଥିବା ଓଡିଆମାନଙ୍କୁ ବେଶ ଉପଯୋଗୀ ହେବ। ତେବେ ଏହି ଉଡାନ ଜାନୁଆରିରୁ ନା ପୁଣି ଘୁଞ୍ଚିବ ତାହା ଦେଖିବାକୁ ବାକି ରହିଲା।
ଏହି ଖବର ପଢ଼ନ୍ତୁ: ୨୦୨୪ର ପ୍ରିୟ ଚଳଚ୍ଚିତ୍ର ତାଲିକା ସେୟାର କଲେ ଓବାମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/22/VsPKlTxKXPpMrKG3XW55.jpg)