ମାଲକାନଗିରି: ବଣ୍ଡାଘାଟିରେ ବୁଲିଲେ ବିଦେଶୀ ଦଂପତ୍ତି, ତହସିଲଦାର କଲେ ଉଦ୍ଧାର

ମାଲକାନଗିରି: ବଣ୍ଡାଘାଟିରେ ବୁଲିଲେ ବିଦେଶୀ ଦଂପତ୍ତି, ତହସିଲଦାର କଲେ ଉଦ୍ଧାର

ମାଲକାନଗିରି: ବିନା ଅନୁମତିରେ ବିଦେଶୀ ଦଂପତ୍ତି ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରବଣ ଅଂଚଳ ବଣ୍ଡାଘାଟିରେ ବୁଲିଛନ୍ତି। ଇଟାଲୀର ଦଂପତ୍ତି ବଣ୍ଡାଘାଟିରେ ବୁଲିବା ନେଇ ପ୍ରଶାସନକୁ ସୂଚନା ମିଳିବା ପରେ ଖଇରିପୁଟ ତହସିଲଦାର ଘଟଣା ସ୍ଥଳରେ ପହଂଚିଥିଲେ। ତହସିଲଦାର ବିଦେଶ ଦଂପତ୍ତିଙ୍କୁ ଉଦ୍ଧାର କର ପିଡିଙ୍କୁ ହସ୍ତାନ୍ତର କରିଥିଲେ। ବିଦେଶୀ ଦଂପତ୍ତିଙ୍କୁ ପଚରାଉଚରା ପରେ ପିଡି ଛାଡ଼ି ଦେଇଛନ୍ତି।

ରିପୋର୍ଟ ଅନୁସାରେ ବଣ୍ଡାଘାଟିକୁ ଶନିବାର ଦୁଇ ବିଦେଶୀ ଦଂପତ୍ତି ପହଞ୍ଚିବା ପରେ ପ୍ରଶାସନର ନିଦ ହଜିଯାଇଥିଲା। କାରଣ ଗତ ଦୁଇ ଦିନ ତଳେ ବଣ୍ଡାଘାଟିରେ ନକ୍ସଲ ରାସ୍ତା କାମରେ ନିୟୋଜିତ ଥିବା ଗୋଟିଏ ଜେସିବିକୁ ନିଆଁ ଲଗାଇ ପୋଡି ଦେଇଥିବା ବେଳେ ନିଜର ସକ୍ରିୟତା ପ୍ରକାଶ କରିଥିଲେ। ତେବେ ଜଣେ ଇଗନୋ ଶିକ୍ଷକଙ୍କ ସହାୟତାରେ ଆଜି ଇଟାଲୀରୁ ଆସିଥିବା ଦଂପତ୍ତି ଇଣ୍ଡିଗୋ ସେସୋଡି ଏବଂ ଫ୍ରାଙ୍କ ସାଖା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ଗୃହ ବିଭାଗର ଅନୁମତି ନନେଇ ନକ୍ସଲ ପ୍ରବଣ ବଣ୍ଡାଘାଟିକୁ ପରିଦର୍ଶନରେ ପହଞ୍ଚିଯାଇଥିଲେ।

publive-image

ତେବେ ଏହି ଅଂଚଳ ଏବେ ସୁରକ୍ଷିତ ନଥିବାରୁ ଜିଲ୍ଲା ପ୍ରଶାସନର କର୍ମଚାରୀ ଯିବାକୁ ଭୟ କରୁଥିବା ବେଳେ ବିଦେଶୀ ପର୍ଯ୍ୟଟକ ଯିବା ଆହୁରି ବପଦ ଜନକ। ତେବେ ଖଇରପୁଟ ତହସିଲଦାର ଏହି ଖବର ପାଇବା ପରେ ତୁରନ୍ତ ବଣ୍ଡାଘାଟିରେ ପହଞ୍ଚି ବିଦେଶୀ ଦଂପତ୍ତିିକୁ ଉଦ୍ଧାର କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ପିଡି, ଡିଆରଡିଏ ଲିଙ୍ଗରାଜ ପଣ୍ଡା ଏମାନଙ୍କୁ ଅନୁମତି ଆଣିଥିବା ନେଇ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe