ଗଂଜେଇ ଜବତ,୨ ଗିରଫ

Advertisment
ଗଞ୍ଜେଇ ଚୋରା କାରବାର ରାୟଗଡ଼ାରୁ ରାଜଧାନୀକୁ ଲମ୍ବିଛି ଚେର

ମାଲକାନଗିରି : ମାଲକାନଗିରି ଅବକାରୀ ବିଭାଗ ତରଫରୁ ଗଂଜେଇ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦେଶକ୍ରମେ ଚିତ୍ରକୋଣ୍ଡାର ନୂଆଗୁଡାରେ ଚଢାଉ କରାଯାଇ ଗଂଜେଇ ଜବତ କରାଯାଇଥିଲା। ଆରଏସି-୧ରୁ ଏକ ଇଣ୍ଡିକା କାର ଗଂଜେଇ ଆସୁଥିବା ଖବର ପାଇ ଅବକାରୀ ବିଭାଗର କର୍ମକର୍ତ୍ତା ଚିତ୍ରକୋଣ୍ଡା ନିକଟରେ ଅଟକାଇଥିଲେ। ତେବେ ଗାଡିଟି ଦ୍ରୁତ ଗତିରେ ପଳାଇଥିଲା। ପରେ ନୂଆଗୁଡା ନିକଟରେ ଗାଡିକୁ ଅଟକାଯାଇ ୧ କ୍ୱିଣ୍ଟାଲ ୩୪ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ଅନୁଗୁଳ ଜିଲ୍ଲାର ସୁମନ୍ତ ବଳ ଏବଂ ବିମଳ ବାରିକକୁ ଗିରଫ କରାଯାଇଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ବାଲିମେଳା ପୋଲିସ ଏକ କାରକୁ ଖଇରପୁଟ ନିକଟରେ ଜବତ କରିଥିଲା।ଯାହାକି ଅନୁଗୁଳ ଅଂଚଳର ବୋଲି ପରେ ଜଣାପଡିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe