ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଆଜି ଗଂଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ବାରୋକଣ୍ଡା ଗ୍ରାମରୁ ଅବଦୁଲ ରେହମାନ ଏବଂ ସୁବାର ଟାନେ ନାମକ ଦୁଇଜଣ ଏକ ବସ୍ତାରେ ଗଂଜେଇ ନେଇ ଚାଲି ଚାଲି ବଡପଦର ପଞ୍ଚାୟତର ବନଗୁରୁ ଅଂଚଳକୁ ଆସୁଥିଲେ। ଚିତ୍ରକୋଣ୍ଡା ଏସଆଇ ସାବିତ୍ରୀ ପ୍ରଧାନ,ବିମଳ ବିଷୋୟୀ ଏବଂ କେନଷ୍ଟବଲ ପ୍ରକାଶ ଖରା ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁଇ ଜଣଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ୨୪ କିଲୋ ଗଂଜେଇ ମିଳିଥିଲା। ତୁରନ୍ତ ଏହି ଗଂଜେଇକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ପ୍ରକାଶ ଥାଉକି ଏହି ଦୁଇଜଣ ଦିଲ୍ଲୀରୁ ଗଂଜେଇ ନେବା ପାଇଁ ଚିତ୍ରକୋଣ୍ଡାକୁ ଆସିଥିଲେ। ପରୀକ୍ଷା ମୂଳକ ଭାବେ ଏଠାରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଇଥାନ୍ତେ। ଚାଲିଚାଲି ଗଲେ ପୁଲିସ ଜାଣିପାରିବ ନାହିଁ ଭାବି ଏହି ଦୁଇ ଜଣ ଗଂଜେଇ ଧରି ଆସୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us