ଚିତ୍ରକୋଣ୍ଡା: ବାତ୍ୟା ‘ମୋନ୍ଥା’ ଯୋଗୁଁ ଖୋଲିପାରେ ମାଲକାନଗିରିଜିଲ୍ଲା ବାଲିମେଳା ଜଳଭଣ୍ଡାର ଗେଟ୍‌। ବାତ୍ୟା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଛି ଏହି ଜଳଭଣ୍ଡାର।  

Advertisment

ବାତ୍ୟା ପ୍ରଭାବରେ ବର୍ଷା ଆଶଙ୍କା

ବାତ୍ୟା ପ୍ରଭାବରେ ଅଧିକ ବର୍ଷା ଆଶଙ୍କାରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଜଳଭଣ୍ଡାରର ଜଳସ୍ତରକୁ କମାଇବାକୁ ନିଷ୍ପତ୍ତି ନିଆଯାଇପରେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ବିପଦ ସଂକେତ ପାଇଁ ଆଉ ୯ ଫୁଟ ବାକି ଅଛି। ସୋମବାର ମାଛକୁଣ୍ଡ ଜଳଭଣ୍ଡାରରୁ ୧୮ ହଜାର କିଉସେକ ଜଳ ବାଲିମେଳା ଜଳଭଣ୍ଡାରକୁ ପ୍ରବେଶ କରୁଥିଲା କିନ୍ତୁ ଆଜି ଦଶହଜାର କ୍ୱିଉସେକ ଜଳ ପ୍ରବେଶ କରୁଛି। ସେଥିରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଓଡ଼ିଶା ୨୫୭୦ କ୍ୱିଉସେକ ଜଳ ବ୍ୟବହାର କରୁଥିବା ବେଳେ ଆନ୍ଧ୍ର ୧୫୪୨ କ୍ୱିଉସେକ ଜଳ ବିଦ୍ୟୁତ ଉତ୍ପାଦନ ନିମନ୍ତେ    ବ୍ୟବହାର କରୁଛି। ଯଦି ବର୍ଷାର ପ୍ରଭାବରେ ଆଗାମୀ କିଛି ଘଣ୍ଟାରେ ଜଳସ୍ତର ବଢ଼ି ୧୫୧୨ରେ ପହଞ୍ଚେ ତେବେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାଇ ଜଳଭଣ୍ଡାରର ଜଳସ୍ତରକୁ ପରିଚାଳନା କରିବା ପାଇଁ କିଛି ଗେଟ ଖୋଲିବାପାଇଁ ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ନିଆଯାଇପାରେ ବୋଲି ସୂଚନା ହସ୍ତଗତ ହୋଇଛି।

ଆହୁରି ପଢ଼ନ୍ତୁ: Eye Of Cyclone Montha- ବାତ୍ୟା ମୋନ୍ଥାର ନାହିଁ ଆଖି: ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପକ୍ରିୟା... ପବନ ବହୁଛି, ସମୁଦ୍ର ଗର୍ଜୁଛି

ମାଛ ଧରିବାକୁ ବାରଣ

ଏନେଇ ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଚିତ୍ରକୋଣ୍ଡା ସଦର ମହକୁମା ସମେତ ଚିତ୍ରକୋଣ୍ଡା ତଳିଆ ଅଞ୍ଚଳର ଗ୍ରାମ ଗୁଡିକରେ ନଦୀକୂଳକୁ କିମ୍ବା ନଦୀକୁ ମାଛ ଧରିବାକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ସମୁଦାୟ ଦଶଗୋଟି ସୋସାଇଟିର ୨୦୦୦ ହଜାରରୁ ଊର୍ଦ୍ଧ୍ବ ସଦସ୍ୟ ଏହି ଜଲଭଣ୍ଡାରରେ ମାଛ ଧରି ନିଜର ଜୀବିକା ନିର୍ବାହ କରିଥାନ୍ତି। ପ୍ରଭାବିତ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା କରି ସୋମବାର ଠାରୁ ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଗାଁ ଗାଁ ବୁଲି ଜଳଭଣ୍ଡାରକୁ ମାଛ ଧରିବାକୁ ତିନିଦିନ ପର୍ଯ୍ୟନ୍ତ ଯିବାକୁ ବାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: Cyclone Mohtha: ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି