ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବର୍ତ୍ତମାନ ସମୟର ବଡ଼ ଖବର । ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଅନୁଭୂତ ହେଲାଣି ବାତ୍ୟା ମୋନ୍ଥାର ପ୍ରଭାବ । ୫ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ତେବେ ଏନେଇ କନକ ନ୍ୟୁଜ୍‌କୁ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି । କହିଛନ୍ତି- ଛୋଟ ବାତ୍ୟା ହୋଇଥିବାରୁ ବାତ୍ୟାର ଆଖି ନାହିଁ । ଘଣ୍ଟାପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରୁଛି । ଆନ୍ଧ୍ରପ୍ରଦେଶ କାକିନାଡାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରୁଛି । 

Advertisment
Untitled-24
IMD DG Dr. Mrutyunjay Mahapatra informed on cyclone on Tuesday. Photograph: (sambad.in)

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଆହୁରି ମଧ୍ଯ କହିଛନ୍ତି- ଅନେକ ସମୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଥାଏ। କିନ୍ତୁ ଏହି ବାତ୍ୟା ‘ମୋନ୍ଥା’ର ଆଖି ଦୃଶ୍ୟମାନ ହେବ ନାହିଁ। କାରଣ ଏହି ବାତ୍ୟା ସେହିଭଳି ବର୍ଗରେ ଆସୁନାହିଁ। ତେଣୁ ଆଖି ଦୃଶ୍ୟ ହେବାର ସମ୍ଭାବନା ନାହିଁ। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିବ। ସମ୍ଭବତଃ  ଆଜି ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ।

ଅଧିକ ପଢନ୍ତୁ-

Cyclone Mohtha: ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା: ଆଇଏମ୍‌ଡି

ବାତ୍ୟାର ଲ୍ୟାଣ୍ଡଫଲ୍‌ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବାପରେ ସୁ ସୁ ଗର୍ଜନ ଛାଡ଼ୁଛି ସମୁଦ୍ର । ସ୍ଥାନୀୟ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବାତ୍ୟାକୁ ଦୃଷ୍ଟିରେ ରଖି  କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇ ପଡ଼ିଛି ।  ଉଠୁଛି ଉଚ୍ଚ ଉଚ୍ଚ ଜୁଆର । 

ଅଧିକ ପଢନ୍ତୁ-

Cyclone in Odisha: ଇତିହାସ ପୃଷ୍ଠାରେ ଓଡ଼ିଶାର ବାତ୍ୟା, ଜାଣନ୍ତୁ କେବେ ଆସିଛି କେଉଁ ବାତ୍ୟା…?