ଭୁବନେଶ୍ବର: ବାତ୍ୟା… ବାତ୍ୟା… ବାତ୍ୟା… ଅକ୍ଟୋବର ଆସିଲେ ଓଡିଶା ମୁହାଁ ହୁଏ ବାତ୍ୟା । ଜଳରୁ ସ୍ଥଳକୁ ମାଡ଼ିଆସେ ବାତ୍ୟା । ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟା ଓଡିଶାକୁ ଧାଇଁ ଆସିବାର ଅନେକ ଉଦାହରଣ ରହିଥିବା ବେଳେ ଅତୀତର ପୃଷ୍ଠା ଯଦି ଆପଣ ରୋମନ୍ଥନ କରିବେ ତେବେ ଜାଣିବାକୁ ପାଇବେ ଯେ ଓଡିଶାକୁ ବଡ ବଡ ବାତ୍ୟା ଏହି ଅକ୍ଟୋବର ମାସରେ ଆସିଛି । ୧୯୯୯ରେ ମହାବାତ୍ୟା ଏବେ ବାତ୍ଯା ମୋନ୍ଥା । 

Advertisment

ଅକ୍ଟୋବରରେ ବାତ୍ୟା ଓଡିଶା ମୁହାଁ ହେବା କଥା ପ୍ରାୟ ସମସ୍ତେ ଜାଣନ୍ତି । ମାତ୍ର ଖାଲି ଅକ୍ଟୋବର ନୁହେଁ ଅନ୍ୟ ସମୟରେ ବି ଓଡିଶାକୁ ଆସିଛି ଅନେକ ବାତ୍ଯା । କିଛି ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିଛି କିଛି ବାତ୍ୟାର ପ୍ରଭାବ ଓଡିଶା ଉପରେ ଆଂଶିକ ମାତ୍ରାରେ ପଡିଛି । ତେବେ ଆସନ୍ତ ନଜର ପକାଇବା ଓଡିଶାକୁ ଆସିଥିବା କିଛି ବାତ୍ୟାର ଇତିହାସ…

ଅଧିକ ପଢନ୍ତୁ-

Cyclone Montha: ବାତ୍ୟାକୁ ଭାବନି ଫୁଲ ! ମୋନ୍ଥା- ନାମ ଫୁଲ ପରି, ବଳ କିନ୍ତୁ ବାହୁବଳୀ ପରି…


ଓଡ଼ିଶାର ବାତ୍ୟା ଇତିହାସ

୧୯୯୯ ମସିହା ଅକ୍ଟୋବର ୨୯ ମହାବାତ୍ୟା
୨୦୧୩ ମସିହା ଅକ୍ଟୋବର ୧୪ ଫାଇଲିନ୍
୨୦୧୪ ମସିହା ଅକ୍ଟୋବର ୧୨ ହୁଡ଼ହୁଡ଼
୨୦୧୮ ମସିହା ଅକ୍ଟୋବର ୧୦ ତିତଲି
୨୦୧୯ ମସିହା ମଇ ୩ ଫନି
୨୦୧୯ ମସିହା ନଭେମ୍ବର ୯ ବୁଲବୁଲ୍
୨୦୨୦ ମସିହା ମଇ ୧୮ ଅମ୍ଫାନ୍
୨୦୨୧ ମସିହା ମଇ ୨୫ ୟାସ୍
୨୦୨୧ ମସିହା ସେପ୍ଟେମ୍ବର ୨୬ ଗୁଲାବ୍
୨୦୨୧ ମସିହା ଡିସେମ୍ବର ୫ ଜୱାଦ୍
୨୦୨୨ ମସିହା ମଇ ୬ ଅସାନି
୨୦୨୪ ମସିହା ଅକ୍ଟୋବର ୨୪ ଦାନା
୨୦୨୫ ମସିହା ଅକ୍ଟୋବର ୨୮ ମୋନ୍ଥା

ଅଧିକ ପଢନ୍ତୁ-

Cyclone In Odisha: ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ !