ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ଏବେ ସବୁଠି ଭୟ, ଆତଙ୍କ, ସତର୍କତା ଏବଂ ଚର୍ଚ୍ଚା । ବାତ୍ୟା ପାଇଁ ଲୋକେ ସତର୍କ, ସରକାର ସଜାଗ । ଲ୍ୟାଣ୍ଡଫଲ ସମୟକୁ ସମସ୍ତଙ୍କ ଅପେକ୍ଷା । ବାତ୍ୟା ମୋନ୍ଥା ପ୍ରଭାବ ଗତକାଲି ଠାରୁ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାରେ ପଡିଲାଣି । ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ବାତ୍ୟାର ଦୂରତା ଯେତେ କମୁଛି ପବନର ବେଗ ସେତେ ବଢୁଛି । ତେବେ ବାତ୍ୟା କେତେ ଭୟଙ୍କର ହେବ ସେନେଇ ଅନେକ ଆକଳନ କରାଯାଉଥିବା ବେଳେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି ଏବଂ କାକିନାଡାରେ ଲ୍ୟାଣ୍ଡଫଲ ହେବ ।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାତ୍ୟାର ନାଁଟି ଫୁଲ ପରି ହୋଇଥିବା ବେଳେ କାମ କିନ୍ତୁ କଣ୍ଟା ପରି । ମାନେ ମୋନ୍ଥା ପ୍ରଳୟ ଧରି ସମୁଦ୍ର ଭିତରୁ ସୁ ସୁ ଗର୍ଜନ କରି ସ୍ଥଳ ଭାଗକୁ ମାଡି ଆସୁଛି । ଥାଇଲାଣ୍ଡ ଏଥର ବାତ୍ୟାର ନାମକରଣ କରିଥିବା ବେଳେ ବାତ୍ୟା ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ । ନାମ ଫୁଲ ପରି ହୋଇଥିଲେ ବି ବାତ୍ୟାର ବଳ କିନ୍ତୁ ବାହୁବଳୀ ପରି…
ଆନ୍ଧ୍ରରେ ରଚୁଛି ଆତଙ୍କ
-ଫୁଲ ପରି ନାଁ ଧରିଥିବା ମୋନ୍ଥା ମାରାତ୍ମକ ତାଣ୍ଡବ ରଚିଲାଣି ଆନ୍ଧ୍ର ପ୍ରଦେଶ କାକିନାଡାରେ । ସମୁଦ୍ର ସୁ ସୁ ଗର୍ଜନ କରୁଥିବା ବେଳେ କୂଳ ଲଙ୍ଘିଲାଣି ସମୁଦ୍ର ।
-ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଡ୍ରେନ୍ ପାଣି ରାସ୍ତାରେ ଲହଡି ଭାଙ୍ଗୁଛି । ପ୍ରବଳ ବର୍ଷା ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି ।
-ଆନ୍ଧ୍ରପ୍ରଦେଶ ମାଲକାପୁରମ୍ ପୋଲିସ ଷ୍ଟେସନ ନିକଟରେ ପ୍ରବଳ ବର୍ଷା ପରେ ଭାଙ୍ଗିଲା ପାଚେରୀ
- ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବରେ ଭାଙ୍ଗିଲାଣି ଗଛ । ରାସ୍ତାରୁ ଗଛ କାଟି ସଫା କରାଯାଉଛି
-ଆନ୍ଧ୍ରରେ ବାତ୍ୟା ପ୍ରଭାବରେ ଉପୁଡି ପଡିଛି ବଡ ବଡ ଗଛ, କାନ୍ଥ ପଡି ଭାଙ୍ଗିଛି ଅଟୋ
ଅଧିକ ପଢନ୍ତୁ-
ଓଡ଼ିଶାରେ ଆଖି ଦେଖାଇଲା ବାତ୍ୟା
-‘ମୋନ୍ଥା’ ପ୍ରଭାବରେ ଗଜପତିଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ନେଇ ୨୨ଟି ଅନୁରୋଧ ମିଳିଛି I ଗଛ ପଡ଼ିବା ସହିତ ମାଟି ଅତଡ଼ା ମଧ୍ୟ ଖସିଛି I ଆର. ଉଦୟଗିରି, କାଶୀନଗର, ଅନାଗାଁ ଠାରୁ ଆରମ୍ଭ କରି ଗୁମ୍ମା ପର୍ଯ୍ୟନ୍ତ ଏହି ଭଳି ଘଟଣା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି I
-ଗଞ୍ଜାମ ଜିଲ୍ଲାର ଚିକିଟି, ପାଟପୁରରେ ବର୍ଷା ଲାଗି ରହିଛିI ପୁରୀ ସହରରେ ପାଣି ପ୍ରବେଶ କରିଛି । ଗଜପତିରେ ରାସ୍ତା କଡ଼ରେ ପାହାଡ଼ରୁ ବିରାଟ ପଥର ଖସି ବଡଗାଁ ରାସ୍ତା ଅବରୋଧ ହୋଇଛି, ଫଳରେ ଯାତାୟାତ ଠପ୍ ।
-ଗୋପାଳପୁର ଆର୍ଯ୍ଯପଲ୍ଲୀ ବେଳାଭୂମିରେ ଲହଡି ଭାଙ୍ଗୁଛି ସମୁଦ୍ର । ଉଠୁଛି ବଡ଼ ବଡ଼ ଜୁଆର ।
-ପୁରୀରେ ଲୋକଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ଲୋକଙ୍କୁ ଘଉଡାଉଛି ପୋଲିସ ପ୍ରଶାସନ
-କାଳିଜାଇରେ ବର୍ଷା ସହ ପବନ, ପିଟୁଛି ବଡ଼ ବଡ ଜୁଆର
-ଦକ୍ଷିଣ ଓଡିଶାରେ ମୋନ୍ଥାର ପ୍ରଭାବ ରହିବ, କାଲି ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହା କୁହାଯାଇପାରେ କି ଫୁଲ ପରି ନାଁ ଧରିଥିବା ବାତ୍ୟା ଫୁଲ ନୁହେଁ…
ଅଧିକ ପଢନ୍ତୁ-
Cyclone Montha: ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି: ଅଗ୍ନିଶମ ଡିଜି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/28/montha-means-a-fragrant-flower-2025-10-28-18-20-15.jpg)