କାରଖାନା ଧ୍ବଂସ କଲେ ଯବାନ; ବିସ୍ଫୋରକ ଓ ବନ୍ଧୁକ ତିଆରି ଜିନିଷ ଜବତ

ଛତିଶଗଡ଼ର ନକ୍ସଲ ପ୍ରବଣ ଅଂଚଳରେ ପୁଲିସକୁ ମିଳିଛି ଆଉ ବଡ଼ ସଫଳତା। ସୁକମା ଜିଲ୍ଲାର ମେଟାଗୁଡା ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନାକୁ ଧ୍ବଂସ କରିଥିଲେ ଯବାନ। ନକ୍ସଲ ଏକ ବଡଧରଣର ହମଲାକୁ ଯବାନ ବିଫଳ କରିଦେଇଛନ୍ତି।

Mkg naxal gun factory jabat (2)

ମାଲକାନଗିରି: ଛତିଶଗଡ଼ର ନକ୍ସଲ ପ୍ରବଣ ଅଂଚଳରେ ପୁଲିସକୁ ମିଳିଛି ଆଉ ବଡ଼ ସଫଳତା। ସୁକମା ଜିଲ୍ଲାର ମେଟାଗୁଡା ଜଂଗଲରେ ନକ୍ସଲ ତିଆରି କରିଥିବା ବନ୍ଧୁକ କାରଖାନାକୁ ଧ୍ବଂସ କରିଥିଲେ ଯବାନ। ନକ୍ସଲ ଏକ ବଡଧରଣର ହମଲାକୁ ଯବାନ ବିଫଳ କରିଦେଇଛନ୍ତି। ଏହି କାରଖାନାରେ ବାରୁଦ, ବନ୍ଧୁକ ତିଆରି କରିବା ସାମଗ୍ରୀ ସମେତ ବହୁ ବିସ୍ଫୋରକ ରହିଥିଲା।

ସୁକମା ଜିଲ୍ଲା ପୁଲିସ ସମେତ ଡିଆରଜି ଏବଂ କୋବ୍ରା ବାଟାଲିନୟର ଯବାନ ମେଟାଗୁଡା ଅଂଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ସର୍ଚ୍ଚ ଅପରେସନ ବେଳେ ଯବାନ ଜଂଗଲ ମଝିରେ ଏକ ବେଆଇନ କାରଖାନା ଦେଖିବାକୁ ପାଇଥିଲେ। ବଡ ସତର୍କତାର ସହ କାରଖାନାରେ ପଶି ଯାଞ୍ଚ କରିଥିଲେ। ଯାହା ଦେଖିଲେ ସେମାନଙ୍କର ହୋସ ଉଡିଯାଇଥିଲା। ତୁରନ୍ତ କାରଖାନାକୁ ଧ୍ବଂସ କରିଦେଇଥିଲେ।

ଲଗାତାର ପୁଲିସକୁ ନକ୍ସଲ ଦମରେ ବଡ ସଫଳତା ମିଳି ଚାଲିଛି। ଏଠାରେ ହିଁ ବନ୍ଧୁକ ସହ ବୋମା ତିଆରି କରାଯାଉଥିଲା। ଯାହା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଉଥିଲା। ଏହି କାରଖାନାକୁ ଧ୍ବଂସ କରିବା ପରେ ନକ୍ସଲଙ୍କର ଅଣ୍ଟା ଭାଙ୍ଗି ଯାଇଥିବା ପୁଲିସ କହିଛି। ସୁକମା ଏସପି କିରଣ ଚୌହାନ ଏହି କାରଖାନାକୁ ଧ୍ବଂସ କରିବା ପରେ ନକ୍ସଲ ଏହି ଅଂଚଳରେ ପଛରେ ପଡିଯାଇଥିବା କହିଥିଲେ। ନଚେତ ଆଗକୁ ବଡ ଧରଣର ହମଲା କରିଥାନ୍ତେ ବୋଲି କୁହାଯାଇଛି।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe