ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ସିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମଭି-୧୧୦ ଗ୍ରାମରେ ବାସ କରୁଛନ୍ତି ସୁମିତ୍ରା ମଣ୍ଡଳ। ସ୍ୱାମୀ ଶୁଭଙ୍କର ମଣ୍ଡଳ ଗତ ୬ବର୍ଷ ତଳେ ଅଜଣା ରୋଗରେ ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ତେଣୁ ଦୁଇ ପିଲା ଏବଂ ଶାଶୁଙ୍କୁ ନେଇ ସୁମିତ୍ରା ଗୋଟିଏ ଛୋଟିଆ ଘରେ ରହୁଥିଲେ। ତେବେ କିଛି ଦିନ ତଳେ କାଳବୈଶାଖୀ ତାଙ୍କ ଘରର ଛାତକୁ ଉଡାଇ ନେଇଯାଇଥିଲା। ତେଣୁ ମୁକୁଳା ପଡିଥିବା ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ଛାତ ନଥିବାରୁ ସାମାନ୍ୟ ବର୍ଷା ହେଲେ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଆର୍ଥିକ ସ୍ଥିତି ଠିକ ନଥିବାରୁ ପରିବାର ଚଳିବା କଷ୍ଟକର ହୋଇପଡିଛି। ତେଣୁ ଘର ଛାତ କିଭଳି ପକାଇବେ ବୋଲି ସୁମିତ୍ରା ପ୍ରଶ୍ନ କରିଛନ୍ତି। ଏନେଇ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ବ୍ଲକ ପ୍ରଶାସନ କିମ୍ବା ତହସିଲ ତରଫରୁ ସୁମିତ୍ରାକୁ ସହଯୋଗ ନକଲେ ଚାରି ପ୍ରାଣୀ କୁଟୁମ୍ବ ଏଭଳି ଖୋଲାମେଲାରେ ରହିବାକୁ ବାଧ୍ୟ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
କାଳବୈଶାଖୀରେ ଛପର ଉଡିଲା, ସହାୟତା ଦାବି
Advertisment
Follow Us