ନିର୍ଯାତନା ମାମଲାରେ ସ୍ବାମୀ ଗିରଫ

Advertisment
ନିର୍ଯାତନା ମାମଲାରେ ସ୍ବାମୀ ଗିରଫ

ପଡ଼ିଆ: ମାଲକାନାଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମେଟାଗୁଡ଼ା ଗାଁର ସଦାନନ୍ଦ କୁରାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ପତ୍ନୀଙ୍କୁ ନିର୍ଯାତନା ମାମଲାରେ ସଦାନନ୍ଦଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ, ପଡ଼ିଆ ଥାନା ଅନ୍ତର୍ଗତ ମେଟାଗୁଡ଼ା ଗ୍ରାମର ସଦାନନ୍ଦ କୁରାମୀ ପ୍ରାୟ ୧୫ବର୍ଷ ତଳେ ଅନିତା କୁରାମୀଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ୪ରି ଛୁଆଙ୍କୁ ନେଇ ପାରିବାରିକ ଜୀବନ ଭଲ ରୂପେ ଚାଲିଥିଲା। ତେବେ ପରବର୍ତୀ ସମୟରେ ସଦାନନ୍ଦ ପତ୍ନୀ ଏବଂ ପିଲାଙ୍କୁ ଅଣଦେଖା କାରି ଚାଲିଥିଲେ। ଏପରିକି ବଡ଼ ପୁଅର ଚିକିତ୍ସା ସମୟରେ କୌଣସି ପ୍ରକାର ସହାୟତା ନକରି ପତ୍ନୀଙ୍କୁ ମାଡ଼ ମାରିଥିଲେ। ଅନ୍ୟ ମହିଳାଙ୍କ ସହ ଅନୈତିକ ସଂପର୍କ ରଖି ପରିବାରକୁ ଅବହେଳା କରୁଥିବାରୁ ଶେଷରେ ପତ୍ନୀ ଗ୍ରାମ‌ର ମୁଖିଆଙ୍କୁ ଜଣାଇଥିଲେ। ଗାଁରେ ସମାଜର ବୈଠକ କରି ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନଥିଲା। ତେଣୁ ବାଧ୍ୟ ହୋଇ ଅନିତା ଥାନାରେ ଏତଲା ଦେଇଥିଲେ। ଏନେଇ ପଡ଼ିଆ ପୁଲିସ ୩୫/୧୯ରେ ୪୯୮(ଏ)/୨୪୯/୩୨୩/୫୦୬ ଧା‌ରାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବିଷ୍ଣୁ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe