ବିସ୍ଫୋରକ ସହ ବନ୍ଧୁକ ଜବତ କଲେ ସୁରକ୍ଷାକର୍ମୀ

ସୀମାନ୍ତ ଛତିଶଗଡରେ ନକ୍ସଲ ଦମନ ଅଭିଯାନ ଜୋରସୋରେ ଚାଲିଛି। ଲଗାତାର ଅପରେସନରେ ନକ୍ସଲ ଧରାଶାୟୀ ହେବା ସହ ନକ୍ସଲ ଲୁଚାଇ ରଖିଥିବା ସମସ୍ତ ଡମ୍ପକୁ ଯବାନ ଉଦ୍ଧାର କରି ଚାଲିଛନ୍ତି।

Mkg naxal dump udhar (1)

ମାଲକାନଗିରି: ସୀମାନ୍ତ ଛତିଶଗଡରେ ନକ୍ସଲ ଦମନ ଅଭିଯାନ ଜୋରସୋରେ ଚାଲିଛି। ଲଗାତାର ଅପରେସନରେ ନକ୍ସଲ ଧରାଶାୟୀ ହେବା ସହ ନକ୍ସଲ ଲୁଚାଇ ରଖିଥିବା ସମସ୍ତ ଡମ୍ପକୁ ଯବାନ ଉଦ୍ଧାର କରି ଚାଲିଛନ୍ତି। ଏହି କ୍ରମରେ ଆଜି ପୁଣି ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ଡମ୍ପକୁ ଉଦ୍ଧାର କରିଛନ୍ତି। ଧନୋରା ଥାନା ଅନ୍ତର୍ଗତ ମୋହନାର ଓ ତୋୟାପାରା ମଧ୍ୟରେ ରହିଥିବା ଜଂଗଲରେ ଏହି ଡମ୍ପକୁ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ।  

Mkg naxal dump udhar (2)

ଏହି ଡମ୍ପରୁ ପ୍ରେସର ବୋମା,ବନ୍ଧୁକ,ବିଦ୍ୟୁତ ତାର,ବାରୁଦ ଭଳି ବିସ୍ଫୋରକ ଜବତ କରାଯାଇଛି। ପୁଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା ପୁଲିସ କହିଛି। ଏହି ଚଢାଉରେ ଆଇଟିବିପି ଯବାନ ଏବଂ ଜିଲ୍ଲା ପୁଲିସ ସାମିଲ ଥିଲେ।

maoists | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe