ବିଏସ୍‌ଏଫ୍‌-ଡିଭିଏଫ୍‌କୁ ବଡ଼ ସଫଳତା: ମାଓ ଡମ୍ପରୁ ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା ବିଏସ୍‌ଏଫ୍‌ ଓ ଡିଭିଏଫ୍‌କୁ ମିଳିଛି ବଡ଼ ସଫଳତା। କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଂଗଲରେ ବିଏସଏଫ ଏବଂ ଡିଭିଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଥିଲେ।

Mkg Mao dump udhar (1)

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଏସ୍‌ଏଫ୍‌ ଓ ଡିଭିଏଫ୍‌କୁ ମିଳିଛି ବଡ଼ ସଫଳତା। କାଲିମେଳା ବ୍ଲକର ଭେଜଙ୍ଗୱାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଂଗଲରେ ବିଏସଏଫ ଏବଂ ଡିଭିଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଥିଲେ। ଏହି ଡମ୍ପରେ ମାଓବାଦୀ ଲ୍ୟାଣ୍ଡମାଇନ ପ୍ରସ୍ତୁତ ସାମଗ୍ରୀ ସମେତ ଅନ୍ୟ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।

ତୁରନ୍ତ ଯବାନ ଏହି ଅଂଚଳକୁ ଘେରିବା ସହ ଅତ ସତର୍କତାର ସହ ମାଓ ଡମ୍ପରୁ ସମସ୍ତ ଜିନିଷ ବାହାର କରିଥିଲେ। ଏଥିହେ ଟିଫିନ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ ଷ୍ଟିକ, କୋଡେକ୍ସ ତାର, ୩୬ଟି ଗ୍ରେନେଡ, ବନ୍ଧୁକ, ରିମୋଟ, ବିଦ୍ୟୁତ ମଟର, ସିଲିଣ୍ଡର, ଆଇରନ ପ୍ଲେଟ ଇତ୍ୟାଦି ଜବତ କରିଛି। 

ଲଗାତାର ବିଏସଏଫ ଏବଂ ଡିଭିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଯାହାଫଳରେ ଜିଲ୍ଲାରେ ନକ୍ସଲ ନିଜର ପତିଆରା ବଢାଇବାରେ ବିଫଳ ହେଉଛନ୍ତି। ନକ୍ସଲ ଡମ୍ପରେ ପୁଲିସ ଉପରେ ଆକ୍ରମଣ କରିବା ପାଇଁ ଏହା ଲୁଚାଇ ରଖିଥିଲେ। ତେବେ ଯବାନଙ୍କ ସତର୍କତା ଯୋଗୁଁ ଏଗ ବଡ ଅଘଟଣକୁ ଏଡାଇ ଦିଆଯାଇଥିବା ପୁଲିସ କହିଛି।

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe