ଦୁର୍ଗମ ଗାଁରେ ଲାଗିଲା ସୋଲାର୍‌ ଲାଇଟ୍‌

ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ରାଙ୍ଗନିଗୁଡା ଗ୍ରାମରେ ଏବଂ ଦଳପତିଗୁଡା ପଞ୍ଚାୟତର ରାମଗୁଡା ଗ୍ରାମରେ ସୋଲାର୍‌ ଲାଇଟ୍‌ ସଂଯୋଗ କରାଯାଇଛି। ରାଙ୍ଗନିଗୁଡା ଗ୍ରାମରେ ୬୬ଟି ଘର ଥିବା ବେଳେ ୨୮୪ ଜଣ ଲୋକ ବସବାସ କରନ୍ତି।

Solar light in Malkangiri village.

Solar light in Malkangiri village. Photograph: (Sambad )

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅନ୍ଧାରରେ ରହିଛି। ବିଦ୍ୟୁତ ସେବା ପହଞ୍ଚିପାରିନଥିବାରୁ ଲୋକେ ଆଜି ବି ଡିବିରର ସାହାଯ୍ୟ ନେଇ ରାତି କାଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ରାଙ୍ଗନିଗୁଡା ଗ୍ରାମରେ ଏବଂ ଦଳପତିଗୁଡା ପଞ୍ଚାୟତର ରାମଗୁଡା ଗ୍ରାମରେ ସୋଲାର୍‌ ଲାଇଟ୍‌ ସଂଯୋଗ କରାଯାଇଛି। ରାଙ୍ଗନିଗୁଡା ଗ୍ରାମରେ ୬୬ଟି ଘର ଥିବା ବେଳେ ୨୮୪ ଜଣ ଲୋକ ବସବାସ କରନ୍ତି।

ସେହିପରି ରାମଗୁଡା ଗ୍ରାମରେ ୭୪ଟି ଘର ରହିଥିବା ବେଳେ ୩୬୬ ଜଣ ଲୋକ ବସବାସ କରନ୍ତି। ଜିଲ୍ଲାର ଖଇରପୁଟ ବ୍ଲକର ଖଇରପୁଟ ପଞ୍ଚାୟତର ବଡପା ଏବଂ ପାରକନମାଲା ପଞ୍ଚାୟତର କୋପେଗୁଡା ଗ୍ରାମରେ ମଧ୍ୟ ଏହି ସୋଲାର ଲାଇନ ସଂଯୋଗ କରାଯାଇଛି।

ବଡପା ଗ୍ରାମରେ ୨୯ଟି ଘର ଥିବା ବେଳେ ୧୭୨ ଜଣ ଲୋକ ରହୁଛନ୍ତି। ସେହିପରି କୋପେଗୁଡାରେ ୧୧୭ଟି ଘର ଥିବା ବେଳେ ୫୮୨ ଜଣ ଲୋକ ବସବାସ କରନ୍ତି। ସେହିଭଳିକୋରକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତର କୋଣ୍ଡେଲ ଗ୍ରାମରେ ମଧ୍ୟ ଏହି ସୋଲାର ଲାଇନ ସଂଯୋଗ କରାଯାଇଛି। ଏହି ଗ୍ରାମରେ ୨୦୬ଟି ଘର ରହିଥିବା ବେଳେ ୪୩୧ ଜଣ ଲୋକ ବସବାସ କରନ୍ତି। ତେବେ ରାତିରେ ପିଲାମାନେ ପାଠ ପଢିବାରେ ବହୁ ସମସ୍ୟା ଉପୁଜୁଥିବାରୁ ଏଠାରେ ଚାଇର୍ଡ ଫଣ୍ଡ ତରଫରୁ ପ୍ରଦାନ କରାଯାଇଥିବା

ଏହି ସୋଲାର ଲାଇଟକୁ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ତିନୋଟି ବ୍ଲକର ୫ଟି ଗ୍ରାମରେ ଏହି ଲାଇଲ ଲଗାଯାଇଛି। ଯଦ୍ବାରା ରାତିରେ ମଧ୍ୟ ଲକେ ବେଧଡକ ବାହାରକୁ ବାହିରାବା ସହ ପିଲାମାନଙ୍କ ପାଠ ପଢାରେ ମଧ୍ୟ କାମରେ ଲାଗିବ ବୋଲି ସ୍ଥାନୀୟ ଲୋକେ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe