ମାଲକାନଗିରି: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର-ଓଡିଶା ବିବାଦ ତୁଟୁନଥିବା ବେଳେ ମାଲକାନଗିରି ଜିଲ୍ଲାରେ ରହିଥିବା ସୀମାନ୍ତ ଗ୍ରାମଗୁଡିକକୁ ମଧ୍ୟ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡିଲାଣି। ଓଡ଼ିଶା ସୀମାରେ ଜବରଦସ୍ତ ଆନ୍ଧ୍ର ସରକାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ନିଜର ଉଦ୍ୟମ ଜାରି ରଖିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ନିଜର ଅସହାୟତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏହାର ଭରପୁର ଫାଇଦା ଉଠାଇ ଆନ୍ଧ୍ର ସରକାର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ଏବଂ କାଲିମେଳାଲ ବ୍ଲକର ସୀମାନ୍ତ ଗ୍ରାମଗୁଡିକ ଉପରେ ଲୋଲୁପ ଦୃଷ୍ଟି ପକାଇଲାଣି।

Advertisment

ଏହି ଖବର ପଢ଼ନ୍ତୁ: ବିଛିନ୍ନାଞ୍ଚଳରୁ ହେଲା ସ୍ବାଭିମାନ ଅଞ୍ଚଳ: ଏବେ ବି ଘୋଡ଼ା, ଲଞ୍ଚ ହିଁ ଭରସା

ସୀମାନ୍ତ ଗ୍ରାମରେ ଲୋକଙ୍କୁ ନିଜ ଆଡକୁ ମୁହାଁଇବାକୁ ପ୍ରୟାସ ଆରମ୍ଭ କରିଛି। ସୀମାନ୍ତ ଗ୍ରାମରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା, ପାନୀୟ ଜଳ ଯୋଗାଇ ଦେବା ତଥା ସ୍କୁଲ ମଧ୍ୟ ଖୋଲିବା ଭଳି କାର୍ଯ୍ୟ କରିବାରେ ପଛାଉ ନାହିଁ। ସୀମାନ୍ତ ଜୁମଡାଙ୍ଗରେ ଆନ୍ଧ୍ର ସରକାର ତେଲୁଗୁ ସ୍କୁଲ ଖୋଲି ଦେଇଥିଲେ। ଏପିରିକି ରାସନ କାର୍ଡ, ବୋଟର କାର୍ଡ ମଧ୍ୟ ପ୍ରଦାନ କରିବାରେ ପଛାଇ ନାହିଁ। ଲୋକମାନଙ୍କୁ ଆନ୍ଧ୍ର ପ୍ରତି ଦରଦୀ ମନୋଭାବ ସୃଷ୍ଟି କରାଉଛି।

ଏହି ଖବର ପଢ଼ନ୍ତୁ: ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକର ବହୁ ଗ୍ରାମ ଦୁର୍ଗମ ଅଂଚଳରେ ରହିଛି। ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ବିଛିନ୍ନାଞ୍ଚଳ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା। ସେତୁ ହେବା ପରେ ଏହା ସ୍ବାଭିମାନ ଅଂଚଳରେ ପରିଣତ ହେଲା ସିନା ବିକାଶ ଯେଉଁ ଧାରାରେ ହେବା କଥା ତାହା ହୋଇପାରୁନାହିଁ। ଆନ୍ଧ୍ର ନିକଟରେ ଲୋକଙ୍କ ସ୍ବାଭିମାନ ବନ୍ଧା ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ, ରାଲଗେଡା ଏବଂ କାଲିମେଳା ବ୍ଲକର ମାନ୍ୟମକୋଣ୍ଡା ଭଳି ପଞ୍ଚାୟତର ବହୁ ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଏହି ଗ୍ରାମରେ ଓଡିଆ ଭାଷା ମରି ମରି ଯାଉଛି। ଏହି ଗାଁଗୁଡିକ ଆନ୍ଧ୍ରର ନାଁ ରହିଥିବା ବେଳେ ଓଡିଆ କଣ ଜାନ୍ତି ନାହିଁ। ଏହି ଗ୍ରାମମାନଙ୍କରେ ଲୋକେ ଆଦୌ ଓଡିଆରେ କଥାବାର୍ତ୍ତା ହୁଅନ୍ତି ନାହିଁ। କେବଳ ତେଲୁଘୁ ଭାଷା ହିଁ ବୁଝନ୍ତି। 

ଏହି ଖବର ପଢ଼ନ୍ତୁ: ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ଆନ୍ଧ୍ର ସୀମାନ୍ତରେ ରହିଥିବାରୁ ଲୋକେ ଓଡିଶା ଅପେକ୍ଷା ଆନ୍ଧ୍ର ଉପରେ ବିଶେଷ ଭାବେ ନିର୍ଭର କରନ୍ତି। ସୀମାନ୍ତ ଗ୍ରାମଗୁଡିକ ମଧ୍ୟରୁ ଅନନ୍ତପାଲୀ, ପୋଲୁର, ଦୁମେଲକୋଣ୍ଡା, ନେଲକୋଟା, କୁରାଲୁର, ଆଲୁର କୋଟା, ମାଝିପାଣି, ବୁସପାକା ଭଳି ବହୁ ଗ୍ରାମ ଏବେ ଆନ୍ଧ୍ର ଭରସାରେ ରହିଛି। ଲୋକେ ଆନ୍ଧ୍ର ତେଲୁଗୁ ଭାଷା ସହ ଆନ୍ଧ୍ର ପ୍ରଦେଶ ଉପରେ ହିଁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ନିର୍ଭର କରେ। ଦୁର୍ଗମ ଅଂଚଳରେ ସରକାରୀ ବାବୁଙ୍କର ପାଦ ପଡୁନଥିବାରୁ ଆନ୍ଧ୍ର ଏହାର ଫାଇଦା ଉଠାଇ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି। ଏହି ଗ୍ରାମଗୁଡିକରେ ମାଓବାଦୀଙ୍କ ପତିଆରା ରହିଥିବାରୁ ସରକାର ଯେପରି ଆନ୍ଧ୍ରକୁ ଏହି ଗାଁଗୁଡିକକୁ ଟେକି ଦେଇଛନ୍ତି ଭଳି ମନେ ହୁଏ। ଏହି ଗ୍ରାମରେ ରହିଥିବା ବିଦ୍ୟାଳୟଗୁଡିକରେ ପିଲାମାନେ ତେଲୁଗୁ ଭାଷାରେ ହିଁ ଅଧ୍ୟୟନ ଏବଂ କଥାବାର୍ତ୍ତା କରନ୍ତି।

ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ

ପ୍ରଶାସନ ଏନେଇ ଅବଗତ ରହିଥିଲେ ମଧ୍ୟ ବିକାଶକୁ ତରାନ୍ବିତ କରାଯାଉଛି କହି କଥାକୁ ଏଡାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବେଳ ଥାଉ ଥାଉ ଯଦି ପ୍ରଶାସନ ଏବଂ ସରକାର ନଚେତନ୍ତି ତେବେ ଆଗାମୀ ଦିନରେ ଏହି ଗ୍ରାମଗୁଡିକ ଉପରେ ଆନ୍ଧ୍ରର କବଜା ନହେବ କିଏ କହିପାରିବ।