ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଆଇଟିଡିଏ ପ୍ରକଳ୍ପ ସଂଯୋଜକ ଗିରଫ

Advertisment
ବାପାକୁ ମରଣାନ୍ତକ ଆକ୍ରମଣ କରି ପୁଅ ଗିରଫ 

ମାଲକାନଗିରି : ପ୍ରଥମେ ପ୍ରେମ। ଏହାପରେ ବାରମ୍ବାର ଶାରୀରିକ ସଂପର୍କ ରଖି ସହ ଗର୍ଭପାତ କରି ପ୍ରତାରଣା। ଏଭଳି ସଂଗିନ ଅଭିଯୋଗରେ ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ସଂଯୋଜକ ରାକେଶ ପ୍ରଧାନଙ୍କୁ ମାଲକାନଗିରି ପୁଲିସ ଗିରଫ କରିଛି। ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ତ୍ରିପାଠୀଙ୍କ କହିବା ଅନୁଯାୟୀ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିବା ଯୁବତୀଙ୍କ ସହ ୨୦୧୩ ମସିହାରୁ ରାକେଶଙ୍କ ପ୍ରେମ ସଂପର୍କ ରଖିଥିଲା। ପରବର୍ତୀ ସମୟରେ ନିବିଡତା ବଢ଼ି ଯିବାରୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖି ଆସୁଥିଲେ। ଏପରିକି ୨୦୧୪ ମସିହାରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଥିଲେ। ଯୁବତୀ ଜଣକ ବିବାହ କରିବାକୁ ଚାପ ପକାଇବାରୁ ସେ ଦିନ ଗଡ଼ାଇବାକୁ ଚେଷ୍ଟା କରି ଗର୍ଭପାତ କରିଥିଲେ। ବିଭିନ୍ନ ଆଳରେ ବିବାହ ନକରି ଗତ ୪ବର୍ଷ ହେଲା ସମୟ ଅତିବାହିତ କରିଥିବା ବେଳେ ଶେଷରେ ଯୁବତୀ ଜଣକ ପ୍ରତାରିତ ହୋଇଥିବା ଜାଣିପାରି ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ପୁଲିସ କେଶ ନମ୍ବର ୯୦/୧୮ ଅନୁଯାୟୀ ମାମଲା ରୁଜୁ କରି ଆଜି ପ୍ରତାରଣା ସହ ଗର୍ଭପାତ ଅଭିଯୋଗରେ ରାକେଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ପୂର୍ବରୁ ବି ଏକାଧିକ ଯୁବତୀଙ୍କ ସହ ରାକେଶ ସଂପର୍କ ରଖି ପ୍ରତାରଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe