ଛତୁ ତୋଳୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଗ୍ରାମବାସୀ ଆହତ

Advertisment

ସୁରକ୍ଷାକର୍ମୀଙ୍କ ସହ ଲଢେଇ କରିପାରୁନଥିବା ନକ୍ସଲ ଏବେ ନିରୀହ ଗ୍ରାମବାସୀଙ୍କୁ ଶିକାର କରିବା ଆରମ୍ଭ କରିଛନ୍ତି। କେନ୍ଦୁପତ୍ର କିମ୍ବା ଛତୁ ତୋଳିବାକୁ ଯାଉଥିବା ଗ୍ରାମବାସୀଙ୍କୁ ନକ୍ସଲ ଟାର୍ଗେଟ କରୁଛନ୍ତି। ଆଜି ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହେଉଛି।

ସୁରକ୍ଷାକର୍ମୀଙ୍କ ସହ ଲଢେଇ କରିପାରୁନଥିବା ନକ୍ସଲ ଏବେ ନିରୀହ ଗ୍ରାମବାସୀଙ୍କୁ ଶିକାର କରିବା ଆରମ୍ଭ କରିଛନ୍ତି। କେନ୍ଦୁପତ୍ର କିମ୍ବା ଛତୁ ତୋଳିବାକୁ ଯାଉଥିବା ଗ୍ରାମବାସୀଙ୍କୁ ନକ୍ସଲ ଟାର୍ଗେଟ କରୁଛନ୍ତି। ଆଜି ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହେଉଛି।

Untitled

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ସହ ଲଢେଇ କରିପାରୁନଥିବା ନକ୍ସଲ ଏବେ ନିରୀହ ଗ୍ରାମବାସୀଙ୍କୁ ଶିକାର କରିବା ଆରମ୍ଭ କରିଛନ୍ତି। କେନ୍ଦୁପତ୍ର କିମ୍ବା ଛତୁ ତୋଳିବାକୁ ଯାଉଥିବା ଗ୍ରାମବାସୀଙ୍କୁ ନକ୍ସଲ ଟାର୍ଗେଟ କରୁଛନ୍ତି। ଆଜି ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହେଉଛି।

ବିଜାପୁର ଜିଲ୍ଲାର ମଦେଡ ଥାନା ଅନ୍ତର୍ଗତ ଅଙ୍ଗମପାଲି ପଞ୍ଚାୟତର ଧନଗୋଲ ଜଂଗଲକୁ ସ୍ଥାନୀୟ ଗ୍ରାମବାସୀ ଛତୁ ତୋଳିବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଛନ୍ତି। ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରେ ଅଛନ୍ତି କୋରସେ ସଂତୋଷ(୨୪), ଚିଡେମ କହ୍ନେୟା(୨୬) ଏବଂ କୁଡେମ କବିତା(୧୭)। ଏମାନେ ଜଂଗଲରେ ବିସ୍ଫୋରଣରେ ଆହତ ହୋଇ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏହି ତିନି ଆହତଙ୍କୁ ଉଦ୍ଧାର କରି ମଦେଡ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବିଜାପୁର ଜିଲ୍ଲା ହସପିଟାଲକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି।

ଆଦବାସୀ ଜଂଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଜଂଗଲରୁ ମହୁଲ,ଶାଳ ମଞ୍ଜି, ଛତୁ, ବଡା, ମହୁ ଇତ୍ୟାଦି ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। କିନ୍ତୁ ନକ୍ସଲ ଏବେ ଏହି ନିରୀହ ଲୋକଙ୍କୁ ମଧ୍ୟ ଟାର୍ଗେଟ କରି ଆହତ କରିବା ସହ ମାରୁଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe