ସମାଜସେବାରେ ସମର୍ପିତ ଜୀବନ: ଆଦିବାସୀ ପିଲାଙ୍କ ଆଲୋକବର୍ତ୍ତିକା ବିନାଶ

ଜୀବନରେ ଅସୁମାରି ସ୍ବପ୍ନ ନେଇ ଜଂଗଲ ଭିତରେ ଅସହାୟ ଅବସ୍ଥାରେ ପଡି ରହିଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ପାଖରେ ରଖିବା ସହ ସେମାନଙ୍କର ଲାଳନପାଳନ ଏବଂ ସ୍ବପ୍ନ ସାକାର ପାଇଁ ବିନାଶ କୁମାର ମିଶ୍ର କରୁଛନ୍ତି ଅହରହ ପରିଶ୍ରମ।

ମାଲକାନଗିରି: ବିନାଶ କୁମାର ମିଶ୍ର। ବିନାଶଙ୍କୁ ଏବେ ୪୧ ବର୍ଷ। ବିବାହ କରିବାର ବୟସ ମଧ୍ୟ ଚାଲିଗଲାଣି। କିନ୍ତୁ ଅସହାୟ ଆଦିବାସୀ ପିଲାଙ୍କ ପାଲଟିଛି ବାପା ଓ ମା’। ଜୀବନରେ ଅସୁମାରି ସ୍ବପ୍ନ ନେଇ ଜଂଗଲ ଭିତରେ ଅସହାୟ ଅବସ୍ଥାରେ ପଡି ରହିଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ପାଖରେ ରଖିବା ସହ ସେମାନଙ୍କର ଲାଳନପାଳନ ଏବଂ ସ୍ବପ୍ନ ସାକାର ପାଇଁ କରୁଛନ୍ତି ଅହରହ ପରିଶ୍ରମ। ବାପା ବିପିନ ଏବଂ ମାଆ ଶାନ୍ତି ଆରପାରିରେ। ବିନାଶ ଏବେ ଏକାକୀ ଜୀବନ ବିତାଉଥିବା ବେଳେ ତାଂକ ନିକଟରେ ରହିଥିବା ୩୦ ଜଣ ପିଲା ଏବେ ତାଂକର ସବୁ କିଛି।

ଏହି ଖବର ପଢ଼ନ୍ତୁ: ସୀମାନ୍ତରେ ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

ବିନାଶ ଜୀବନରେ ଜଣେ ଯାଦୁକାର ହେବାର ସ୍ବପ୍ନ ଦେଖିଥିଲେ। କିନ୍ତୁ ଅର୍ଥ ଏବଂ ପରିବାରର ସ୍ଥିତି ଠିକ ନଥିବାରୁ ସେ ଏଥିରୁ ଓହରି ଯାଇଥିଲେ। କିନ୍ତୁ ଜୀବନରେ ଥରେ ସେ ଚୀନ ଗସ୍ତ କରି ମ୍ୟାଜିକ ଦେଖିବାର ସୁଯୋଗ ଏବଂ ଶିଖିବାର ସୁଯୋଗ ପାଇଥିଲେ। ତେବେ ସେଥିପାଇଁ ତାଂକୁ ସର୍ବସ୍ବ ହରାଇବାକୁ ପଡିଥିଲା। ପରେ ସେ ନିଜ ଜୀବନକୁ ସମାଜ ପ୍ରତି ସମର୍ପିତ କରିବାକୁ ମନ ବଳାଇଥିଲେ। ମାଲକାନଗିରି ଭଳି ଉପାନ୍ତ ଅଂଚଳର ଅସହାୟ ପିଲାଙ୍କୁ ଚିହ୍ନଟ କରିବାରେ ଲାଗିଲେ। ବାପା କିମ୍ବା ମାଆଙ୍କର ମୃତ୍ୟୁ ପରେ ପିଲା ଏକାକୀ ରହୁଥିବା କିମ୍ବା ଦୁହିଁଙ୍କର ମୃତ୍ୟୁ ପରେ ପିଲା ନିଜକ ଅସହାୟ ମଣୁଥିବା ଅଥବା ବାପା ଅନ୍ୟତ୍ର ବିବାହ କରିଥିବା ବେଳେ ମାଆ ମଧ୍ୟ ଅନ୍ୟତ୍ର ବିବାହ କରି ଚାଲିଯାଇଥିବା ବେଳେ ପିଲା ନିଜକୁ ଏକୁଟିଆ ଭାବୁଥିବା ପିଲାଙ୍କୁ ସେ ନିଜ ପାଖରେ ରଖିଛନ୍ତି।

ଏହି ଖବର ପଢ଼ନ୍ତୁ: ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

publive-image

ବର୍ତ୍ତମାନ ତାଂକ ନିକଟରେ ୩୦ ଜଣ ପିଲା ରହିଛନ୍ତି। ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଏମଏ ପର୍ଯ୍ୟନ୍ତ ପିଲା ତାଂକ ନିକଟରେ ରହି ପାଠ ପଢୁଛନ୍ତି। ସେ ନିଜେ ଏକ ଗୁରୁକୂଳ କରିଛନ୍ତି। ସେଠାରେ ସେ ପିଲାଙ୍କୁ ଶିକ୍ଷା,କଳା,ସଂସ୍କୃତି ସହ ସମାଜସେବାର ଶିକ୍ଷା ଦେଉଛନ୍ତି। କେବଳ ସେତିକି ନୁହେଁ ଯେଉଁ ପିଲା ଯେଉଁ କଳାରେ ନିପୂଣ ସେହି ପିଲାଙ୍କୁ ସେଥିପ୍ରତି ଆଗକୁ ବଢିବାର ସ୍ବପ୍ନ ଦେଖାଇ ସଫଳ କରାଉଛନ୍ତି। ଆଜି ଏହି ଗୁରୁକୂଳର ପିଲାମାନେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ନାମ ଅର୍ଜନ କରି ଜିଲ୍ଲାକୁ ଏବଂ ଗୁରୁ ବିନାଶଙ୍କୁ ଗର୍ବିତ କରିଛନ୍ତି। ଜାତୀୟସ୍ତରର ବିଭିନ୍ନ ରିଆଲଟି ଶୋ କାର୍ଯ୍ୟକ୍ରମରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି। ପିଲମାନେ ମାର୍ଶାଲ ଆର୍ଟରେ ନିଜର ପାରଦର୍ଶିତା ଦେଖାଇ ସ୍ବର୍ଣ୍ଣ ପଦକ ହାସଲ କରିପାରିଛନ୍ତି।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

ନିଜର ସ୍ବପ୍ନକୁ ଜଳାଞ୍ଚଳି ଦେଇ ବିନାଶ ପିଲାଙ୍କ ସ୍ବପ୍ନକୁ ସାକାର କରିବାକୁ ଲାଗିପଡିଛନ୍ତି। ନିଜର ଯୌବନ ଅବସ୍ଥାକୁ ଏହି ଅସହାୟ ଆଦିବାସୀ ପିଲାଙ୍କ ପାଇଁ ସମର୍ପିତ କରି ସେ ନିଜକୁ ଗୌରବାନ୍ବିତ ମନେ କରନ୍ତି। ଜୀବନ ଥରେ ଆସେ। ସେହି ଜୀବନକୁ ଭଲ କାମରେ ଲଗାଇଲେ ସେ ଅମର ହୋଇଯାଏ ବୋଲି ସେ କହନ୍ତି। ନିଜର ପାରିଶ୍ରମିକ ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ସେ ଏହି ପିଲାଙ୍କୁ ମଣିଷ କରି ଗଢି ତୋଳିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତେବେ ତାଂକୁ ବହୁ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଥିଲା। ଯେଉଁଥିପାଇଁ ସେ ବହୁ କଷ୍ଟ ସହିଛନ୍ତି। ବିନାଶଙ୍କ ଗୁରୁକୂଳରେ ରହୁଥିବା ପିଲାଙ୍କ ଗୁରୁ ବିନାଶଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରୁଥିବା କହନ୍ତି। ଏଭଳି ଗୁରୁ ସମସ୍ତଙ୍କୁ ମିଳୁ ବୋଲି ପିଲାମାନେ କହନ୍ତି। ବିନାଶଙ୍କ କାହାଣୀ ନିଶ୍ଚିତ ଭାବେ ଅନ୍ୟକୁ ପ୍ରେରଣା ଦେବା ସହ ଯୁବକଯୁବତୀମାନେ ନିଜ ଜୀବନକୁ ଅନ୍ୟ ପାଇଁ ଉତ୍ସର୍ଗ କରିବା ପାଇଁ ଆଗେଇ ଆସିବେ।

ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ା ସୀମାନ୍ତ ଜଙ୍ଗଲରେ ୩ ନକ୍ସଲ ନିପାତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe