ଚିତ୍ରକୋଣ୍ଡାରେ ଡଙ୍ଗା ଓଲଟି ଶିଶୁ ମୃତ, ୨ ମହିଳା ନିଖୋଜ

ଚିତ୍ରକୋଣ୍ଡାରେ ଡଙ୍ଗା ଓଲଟି ଶିଶୁ ମୃତ, ୨ ମହିଳା ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାଠାରେ ଏକ ମର୍ମନ୍ତୁଦ ନୌକା ଦୁର୍ଘଟଣା ଘଟି ଜଣେ ଶିଶୁର ଜୀବନ ଯାଇଛି। ଚିତ୍ରକୋଣ୍ଡାର ସିଲେରୁ ନଦୀରେ ଡଙ୍ଗା ପାର୍‌ ହେଉଥିବା ବେଳେ ଡଙ୍ଗା ବୁଡ଼ି ଯିବାରୁ ଏହି ଦୁର୍ଘଟଣା ଘଟିିଥିଲା। ଦୁର୍ଘଟଣାରେ ଜଣେ ଶିଶୁର ଜୀବନ ଯିବା ସହ ୨ ଜଣ ମହିଳା ନିଖୋଜ ହୋଇ ଯାଇଛନ୍ତି। ମୃତକ ଶିଶୁ କନ୍ୟା ଜଣକ ହେଲା ଦିବ୍ୟଶ୍ରୀ ଓ ନିଖୋଜ ହୋଇଥିବା ଦୁଇ ମହିଳା ହେଉଛନ୍ତି ପଲାସୀ ବୁଲମା ଓ ବି.କୃଷ୍ଣାବେଣୀ।

ଜାଣିବାକୁ ମିଳିଛି ଯେ ସେହି ଡଙ୍ଗାରେ ଶିଶୁ କନ୍ୟା ଓ ଦୁଇ ମହିଳାଙ୍କ ସମେତ ସମୁଦାୟ ୫ ଜଣ ଯାତ୍ରୀ ଥିଲେ। ଏମାନେ ପାଙ୍ଗମପଡୁ ବଙ୍ଗଳା କ୍ୟାମ୍ପରୁ ନିଜ ଗାଁ ବଚଲୁରୁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନେ ଆନ୍ଧ୍ରପଦେଶରୁ ହାଟ ସାରି ଫେରୁଥିଲେ। ସେହି ସମୟରେ ଝଡ଼ ତୋଫାନ ହେବାକୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଏଯାବତ୍‌ କେହି ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe