ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଜୟପୁର ଓ ଗୋବିନ୍ଦପାଲି ମଧ୍ୟରେ ଥିବା ସପ୍ତଧରା ବ୍ରିଜ୍ ନିକଟରେ ନକ୍ସଲମାନେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଜଣେ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନ ଜଣକ ହେଲେ ସର୍ଦ୍ଦାର ସିଂହ। ତାଙ୍କୁ କୋରାପୁଟର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୨ଟା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାଯାଇଛି।
ମାଲକାନଗିରି: ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ବିଏସ୍ଏଫ୍ ଯବାନ ଆହତ
Advertisment
Follow Us