ମାଲକାନଗିରି: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦରେ ଆଜି ମାଲକାନଗିରି ବନ୍ଦ ଡାକରା। ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏହି ୨୪ଘଣ୍ଟିଆ ବନ୍ଦ ପାଳନ କରା ଯାଉଛି। ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତାମାନେ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ରାସ୍ତା ଅବରୋଧ କରିଛନ୍ତି। ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅଧିକାଂଶ ସ୍ଥାନରେ ଦୋକାନ ବଜାର ମଧ୍ୟ ରହିଛି। କିଛି କିଛି ସ୍କୁଲ ଛୁଟି ଘୋଷଣା କରା ଯାଇଥିବା ଜଣାପଡିଛି।
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦ: ୨୪ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା
Advertisment
Follow Us