Bandaghati: ବଣ୍ଡାଘାଟିରେ ବିକାଶ କାର୍ଯ୍ୟକୁ ତରାନ୍ବିତ ନେଇ ଜିଲ୍ଲାପାଳଙ୍କ ତାଗିଦ

ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଶୁକ୍ରବାର ଦିନ ବଣ୍ଡାଘାଟିର ଦୁର୍ଗମ ଅଂଚଳ ଗସ୍ତ କରିଛନ୍ତି। ଏହି ଅଂଚଳରେ ପହଞ୍ଚିପାରୁନଥିବା ମୌଳିକ ସୁବିଧାକୁ କିପରି ପହଞ୍ଚିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି।

collector at Banda ghati

Malkangiri collector visit Banda ghati on Friday. Photograph: (sambad.in)

ମାଲକାନଗିରି: ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଶୁକ୍ରବାର ଦିନ ବଣ୍ଡାଘାଟିର ଦୁର୍ଗମ ଅଂଚଳ ଗସ୍ତ କରିଛନ୍ତି। ଏହି ଅଂଚଳରେ ପହଞ୍ଚିପାରୁନଥିବା ମୌଳିକ ସୁବିଧାକୁ କିପରି ପହଞ୍ଚିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ରୁଷେଇପଡା ଗ୍ରାମକୁ ଯାଇ ସେହି ଅଂଚଳରେ ରହିଥିବା ସମସ୍ୟାକୁ ଅନୁଧ୍ୟାନ କରିଥିଲେ। ଏହି ଗ୍ରାମଗୁଡିକରେ କିପରି ବିକାଶ ହେବ ଓ ଲୋକଙ୍କର ଜୀବନ ଶୈଳୀରେ ଉନ୍ନତି ହେବ ତାକୁ ଗୁରୁତ୍ବ ଦେବାକୁ କହିଥିଲେ।

ବଣ୍ଡାଘାଟିର ଗ୍ରାମ ହେବ ଆଦର୍ଶ

ଜିଲ୍ଲାପାଳ ଅଣ୍ଡ୍ରାହାଲରେ ପହଞ୍ଚି ଲୋକଙ୍କର ଅବସ୍ଥା ଦେଖିବା ପରେ ସେ ଏହି ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଏହି ଅଂଚଳକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ନିର୍ଦେଶ ଦେବା ସହ ସେହି ଅଂଚଳରେ ଥିବା ସାରୁ ଜଳପ୍ରପାତର ବିକାଶ ଓ ଝୁଲା ପୋଲ ନିର୍ମାଣ ପାଇଁ କହିଥିଲେ। ବଣ୍ଡା ଜନଜାତିଙ୍କ ପାଇଁ ସମସ୍ତ ମୌଳିକ ସୁବିଧା କିପରି ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତାର ସୁଧାର,ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଓ କାଜୁ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପୁଣି ଏହି ଅଂଚଳର ଲୋକଙ୍କୁ ପଶୁପାଳନ ସମ୍ବନ୍ଧୀୟ ଜୀବିକା ସହାୟତା ଯୋଗାଇ ଦେବାକୁ କହିଥିଲେ। ସେଠାରୁ ପିଏମ ଜନମନ ଯୋଜନାର କାର୍ଯ୍ୟକୁ ମଧ୍ୟ ଜିଲ୍ଲାପାଳ ତଦାରଖ କରିଥିଲେ। 

ଆହୁରି ପଢ଼ନ୍ତୁ: Nuapada Election: ‘ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତି ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି’

ବିକାଶକୁ ଗୁରୁତ୍ବ

ସେହିପରି କୋରକୋଣ୍ଡା ବ୍ଲକର ଆମ୍ବଲିଗୁଡ଼ା ଓ ନାରିଙ୍ଗିଝୋଲା ଗ୍ରାମକୁ ଗସ୍ତ କରିଥିଲେ। ଏହି ଗସ୍ତ ବେଳେ ଜିଲ୍ଲାପାଳ ଗ୍ରାମଗୁଡ଼ିକର ବିକାଶ ଓ ପର୍ଯ୍ୟଟନ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। ଆମ୍ବଲିଗୁଡା ଗ୍ରାମକୁ ଏକ ମୋଡେଲ ଗ୍ରାମ ଭାବେ ଗଠନ କରିବାକୁ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ କହିଥିଲେ। ସେହିପରି ନାରିଙ୍ଗିଝୋଲାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆଦିବାସୀ କଟେଜ,ଭ୍ୟୁ-ପଏଣ୍ଟ ଏବଂ ବୋଟିଂର ବ୍ୟବସ୍ଥା କରିବାକୁ କହିଥିଲେ। ଏହି ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହ ପିଏ, ଆଇଟିଡିଏ ହଳଧର ଶବର,ବିଡିଓ ଉମା ଶଂକର କୋୟା, ବିଡିଏର ପ୍ରକଳ୍ପ ଅଧିକାରୀ ଶଶିକାନ୍ତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Nuapada Election, BJD Rejected By Voters: ନୂଆପଡ଼ାରେ ଫସିଗଲେ ଅତାବିରା ଅତିଥି: ମୁହଁ ମୋଡ଼ିଦେଲେ ମାମୁଘର ଭୋଟର… ବିଜେଡ଼ି ସାଜିଲା ୩ ନମ୍ବର…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe