ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ବିକାଶ ଆଡକୁ ଧୀରେଧୀରେ ପାଦ ଥାପୁ ଥିବା ବେଳେ ଆହୁରି ଅନେକ ଉନ୍ନୟନ କାର୍ଯ୍ୟ ଏବେ ବି ବାକି ରହିଛି। ଫଳରେ ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ ବେଶ ପଛରେ ରହିଛି। ଜିଲ୍ଲାକୁ ତତ୍କାଳୀନ ସରକାର ଫୋକସରେ ରଖିଥିବା ବେଳେ ବର୍ତ୍ତମାନର ସରକାର ମଧ୍ୟ ଜିଲ୍ଲାକୁ ରାଜ୍ୟର ହାତଗଣତି ବିକାଶ ଜିଲ୍ଲା ମଧ୍ୟରେ ଗଣତି କରାଯିବ ବୋଲି ପ୍ରତିଶ୍ରୁତି ଦେଇସାରିଲେଣି।
ଏହି ଖବର ପଢ଼ନ୍ତୁ: ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଗର୍ଜିଲା ବିଜେଡି
ମାଲକାନଗିରି ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନରେ ସେତେଟା ଆଗେଇ ନଥିଲେ ମଧ୍ୟ ପୂର୍ବ ତୁଳନାରେ ଭଲ ସ୍ଥିତିରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଜିଲ୍ଲାରେ ବହୁ ଉନ୍ନୟନ କାର୍ଯ୍ୟ ହେବାକୁ ଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାରେ ଏଫସିଆଇ ଗୋଦାମକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି। ପ୍ରତିବର୍ଷ ଡିଏଲପିସି ବୈଠକରେ ଜିଲ୍ଲାରେ ଏକ ଏଫସିଆଇ ଗୋଦାନ ନିର୍ମାଣ ନେଇ ଆଲୋଚନା ହେଉଥିଲେ ମଧ୍ୟ ତାହା କେବଳ ଆଲୋଚନାରେ ହିଁ ରହିଯାଉଛି।
ଜିଲ୍ଲାକୁ ପ୍ରତିବର୍ଷ ୪ ଲକ୍ଷ ୮୦ ହଜାର କ୍ବିଣ୍ଟାଲ ଚାଉଳ ଦରକାର ପଡୁଥିବା ବେଳେ ଏହାର ଦୁଇ ଗୁଣ ଚାଉଳ ଜିଲ୍ଲାରେ ଉତ୍ପାଦନ ହେଉଛି। ବାକି ବଳକା ଚାଉଳକୁ ମିଲରମାନେ ଏଫସିଆଇକୁ ଦେବାକୁ ପଡୁଛି। ତେବେ ଜିଲ୍ଲାରେ ଏଫସିଆଇ ନଥିବାରୁ ବାଧ୍ୟ ହୋଇ ମିଲରମାନେ ଜୟପରୁ ମୁଖ୍ୟ ଏଫସିଆଇ ଗୋଦାମକୁ ଚାଉଳ ନେଇ ଯିବାକୁ ପଡୁଛି। ଯାହା ପାଇଁ ସେମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଜଣାପଡୁଛି। ମଣ୍ଡିରେ ମିଲରମାନେ ବହୁ ପରିମାଣର ଧାନ ନେବାକୁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ବେଳେ ବଳକା ଚାଉଳକୁ ନେଇ ମଧ୍ୟ ସେମାନେ ଦ୍ବନ୍ଦରେ ପଡୁଥିବା ଦେଖିବାକୁ ମିଳିଛି। ୫ରୁ ୬ ବର୍ଷ ତଳେ ଜିଲ୍ଲାରେ ଯୋଗାଣ ବିଭାଗର ପଣ୍ୟାଗାର ଠାରେ ଏଫସିଆଇ ଚାଉଳ ଗଚ୍ଛିତ କରି ରଖୁଥିଲା।
ଏହି ଖବର ପଢ଼ନ୍ତୁ: ପାଣିପାଗ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ
ତେବେ ଏହାକୁ ବାହାର ରାଜ୍ୟକୁ ପଠାଇବା ପାଇଁ ପଡୁଥିବାରୁ ମାଲକାନଗିରି ଜିଲ୍ଲା ବହୁ ଦୂର ହେଉଥିବାରୁ ଏଠାରେ ଥିବା ଏଫସିଆଇ ଗୋଦାମକୁ ବନ୍ଦ କରି ଦିଆଯାଇଥିଲା। ଚାଉଳ ସ୍ଥାନାନ୍ତର ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏଭଳି ହେଉଥିବା କୁହାଯାଇଛି। ଏନେଇ ଜୟପୁର ଏଫସିଆଇ ମ୍ୟାନେଜର ଏଲ ଜେ ଲାକ୍ରାଙ୍କୁ ପଚାରିବାରୁ ସେ ମଧ୍ୟ ଏକା ଉତ୍ତର ଦେଇଥିଲେ। ସେ କହିଥିଲେ ଜିଲ୍ଲାରେ ରେଳ ଲାଇନ ନଥିବାରୁ ଚାଉଳ ସ୍ଥାନାନ୍ତର ପାଇଁ ବହୁ କଷ୍ଟ ହେଉଛି। ଚାଉଳକୁ ବେଶୀ ଦିନ ଗଚ୍ଛିତ କରି ରଖାଯାଇପାରିବ ନାହିଁ। ପୁଣି ଜିଲ୍ଲାରେ ସାଇଣ୍ଟିଫିକ ଗୋଦାମ ନାହିଁ। ଯେଉଁଠି ଚାଉଳ ଖରାପ ନହୋଇ ରହିପାରିବ। ଏବେ ଜିଲ୍ଲାରେ ଆସନ୍ତା ଜୁନ ପର୍ଯ୍ୟନ୍ତ ଚାଉଳ ଗଚ୍ଛିତ ହୋଇ ରହିଛି।
ଏହି ଖବର ପଢ଼ନ୍ତୁ: ସାର୍ଥା ପ୍ରଜାକୋର୍ଟରେ ଯୁବକଙ୍କୁ ହତ୍ୟା ଘଟଣାରେ ଫାଣ୍ଡି ଅଧିକାରୀ ନିଲମ୍ବିତ
ମିଲରମାନଙ୍କ ପାଖରେ ରହିଥିବା ଚାଉଳକୁ ମିଲରମାନେ ଏଫସିଆଇକୁ ଦେବାକୁ ବାଧ୍ୟ ହେବେ। ତେବେ ଏମାନେ ଜୟପୁର ଯାଇ ଏଫସିଆଇ କେବେ ଚାଉଳ ନେବ ତାହା ବୁଝିବା ସହ ଠିକ ସମୟରେ ଉନ୍ନତମାନର ଚାଉଳ ଏଫସିଆଇକୁ ଦେବାକୁ ହେବ। ଯଦି ଚାଉଳ ଉନ୍ନତମାନର ନହୁଏ ତେବେ ଏଫସିଆଇ ସେହି ଚାଉଳକୁ ଫେରାଇ ଦେବ। ରେଳ ଲାଇନ ନଥିବାରୁ ଏଭଲି ଗୋଟିଏ ସମସ୍ୟା ଉପୁଜୁନାହିଁ ବରଂ ଜିଲ୍ଲାରେ କାରଖାନା ପ୍ରତିଷ୍ଠା ମଧ୍ୟ ହୋଇପାରୁନାହିଁ। ଗତ ୨୦୧୬ ମସିହାରୁ ରେଳ ଲାଇନ ପାଇଁ ସରକାର ସବୁଜ ସଂକେତ ଦେଖାଇବା ସହ ଟଂକା ମଧ୍ୟ ପ୍ରଦାନ କଲେଣି। କିନ୍ତୁ ଜମିଅଧିଗ୍ରହଣ କାମ ସରିପାରୁନଥିବାରୁ ରେଳ ଲାଇନ କାମ ଆଗେଇ ପାରୁନଥିବା ଜଣାପଡିଛି। ତେବେ କେବେ ଜିଲ୍ଲାକୁ ରେଳପଥ ଛୁଇଁବ ଏବଂ ଜିଲ୍ଲାର ବିକାଶ ହେବ ଦେଖିବାକୁ ବାକି ରହିଲା।
ଏହି ଖବର ପଢ଼ନ୍ତୁ: ସେକେଣ୍ଡ ହ୍ୟାଣ୍ଡ କାର କିଣିବାକୁ ଭାବୁଥିଲେ ପକେଟ ଉପରେ ପଡିବ ବୋଝ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/25/fSSMqHn2Xmdnd9oU1kKI.jpg)