ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଅଦିନିଆ ବର୍ଷାରେ ଜନସାଧାରଣ ଓ ବିଶେଷକରି ଚାଷୀ ବହୁ ହିନସ୍ତା ହୋଇଛନ୍ତି। ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ସମେତ ଏହାର ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ଦାଉ ସାଧିଥିଲା। ବିକ୍ରି ନହୋଇ ମଣ୍ଡିରେ ପଡ଼ି ରହିଥିବା ଥିବା ପ୍ରାୟ ୭ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ଏହି ଅଦିନିଆ ବର୍ଷା କାରଣରୁ ବହୁ ଚାଷୀଙ୍କ ଧାନ ଭିଜିଯାଇଥିବା ଦେଖିବାକୁ ମିଳିଥିଲା।
ପ୍ରଶାସନ ତରଫରୁ ପର୍ଯ୍ୟାପ୍ତ ପରିମାଣର ପଲିଥିନ ନଥିବା କାରଣରୁ କିଛି ଚାଷୀ ସଙ୍ଗେସଙ୍ଗେ ବାଧ୍ୟହୋଇ ନିଜ ନିଜ ଘରୁ କିଛି ଜରିପାଲ ଆଣି ନିଜ ଧାନକୁ ଘୋଡ଼ାଇବାକୁ ଚେଷ୍ଟା କରିଥିବା ବେଳେ ଏହା ପୂର୍ବରୁ କ୍ୱିଣ୍ଟାଲ କୁଇଣ୍ଟାଲ ଧାନ ପାଣିରେ ଭିଜି ଯାଇଥିଲା। ଏନେଇ ଆମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା। ଏଣୁ ଆମେ କୋରୁକୋଣ୍ଡା ଲ୍ୟାମ୍ପସ ଅଧିକାରୀ ଅଭିମନ୍ୟୁ ହାଲବାଙ୍କୁ ପଚାରିବାରୁ କୋରୁକୋଣ୍ଡା ମଣ୍ଡି ଅଧୀନରେ ପ୍ରାୟ ୭ ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ରହିଥିବା ବେଳ ସେଥିମଧ୍ୟରୁ ପ୍ରାୟ ୩ ହଜାର କୁଇଣ୍ଟାଲରୁ ଅଧିକ ଧାନ ଆଇସ୍କାନ କରିବା ସହିତ ବିଭାଗ ପକ୍ଷରୁ କ୍ରୟ ସରିଛି। କିନ୍ତୁ ବର୍ତ୍ତମାନ ସୁଧା ମିଲର ମାନେ ଆସିନଥିବା କାରଣରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠା ଯାଇ ପାରୁନଥିବା ସେ କହିଥିଲେ।
ଆହୁରି ପଢ଼ନ୍ତୁ: Editorial: ଜୟନ୍ତ କୁମାର ବିଶ୍ବାଳଙ୍କ ଦିଗ୍ବଳୟର ଏ ପାଖରେ ଶୀର୍ଷକରେ ଏଥର ‘ତୁମେ ମୃତ କି?’
ଅଚାନକ ଭାବେ ବର୍ଷା ହୋଇଥିବା କାରଣରୁ ସମସ୍ତ ଧାନକୁ ଘୋଡାଇବାରେ ଅସୁବିଧା ହୋଇଥିଲା। ବର୍ତ୍ତମାନ ପଲିଥିନ ଆଣିବା ନିମନ୍ତେ ଜିଲ୍ଲା ସଦର ମହକୁମାକୁ ଗାଡ଼ି ପଠାଯାଇଛି ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ। ଏହି ଅଦିନିଆ ବର୍ଷାରେ ବିଭାଗ ପକ୍ଷରୁ କୌଣସି ଅଧିକାରୀଙ୍କ ଦେଖା ନଥିବା ବେଳେ ସ୍ଥାନୀୟ ଚାଷୀ ପାଣ୍ଡୁ କବାସୀ, ଲକ୍ଷ୍ମଣ ମାଢି, ଦୁର୍ଯ୍ୟୋଧନ ମାଡକାମୀ, ଟାଇମ୍ପାସ ମାଡକାମୀ, ରାଜୁ ମାଢି, ସମୀର ଦେବନାଥ, ପାଣ୍ଡା ଗଉଡ, ପଦଲାମ ଗୋଲାରି, ଡାୟାଲ ବନିକ, ରାକେଶ ମାଝୀ, ପୀତାମ୍ବର ନାରାୟଣ, ଜଗନ୍ନାଥ ହିଆଲଙ୍କ ସମେତ ଅନେକ ଚାଷୀ ନିଜ ନିଜର ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ନିମନ୍ତେ ଧାନ ବସ୍ତା ତଳୁ ପାଣି ବାହାର କରିବାରେ ଲାଗିଥିବା ବେଳେ କିଛି ଚାଷୀ ଜମି ରହିଥିବା ବର୍ଷା ଜଳକୁ ବାହାର କରୁଥିବା ଦେଖିବାକୁ ମିଳିଥିଲା। ପରେ ଚାଷୀମାନଙ୍କ ମଧ୍ୟରେ ମଣ୍ଡିରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚାଷୀମାନେ ପ୍ରଶାସନର ଖାମଖିଆଲି ମନଭାବକୁ ନିନ୍ଦା କରିବା ସହ କିପରି ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଛି ତାହା ସେମାନେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/24/untitled-16jpg-2026-02-24-17-10-11.jpeg)