କିଆଙ୍ଗ ନଦୀରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ

କିଆଙ୍ଗ ନଦୀରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ନଦୀରେ ମାଛ ଧରିବାକୁ ଯାଇଥିବା ବେଳେ ନଦୀରେ ଭାସିଯାଇ ଜଣେ ନିଖୋଜ ଥିବା ଜଣାପଡିଛି। କିଆଙ୍ଗ ଗ୍ରାମର ଗ୍ରାମବାସୀ ନିକଟସ୍ଥ କିଆଙ୍ଗ ନଦୀକୁ ପ୍ରତିଦିନ ମାଛ ଧରିବାକୁ ଯାଇଥାନ୍ତି। ଆଜି ମଧ୍ୟ ୫ ଜଣ ଗ୍ରାମବାସୀ କିଆଙ୍ଗ ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ସମୟରେ ହଠାତ୍ ସୁବାସ ମାଢି ନାମକ ବ୍ୟକ୍ତିର ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ।

ମାଛ ଧରୁଥିବା ଅନ୍ୟ ବ୍ୟକ୍ତିମାନେ ସୁବାସକୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାର ପତ୍ତା ପାଇନଥିଲେ। ପାଣିର ସୁଅରେ ହଠାତ୍ କେଉଁଆଡେ ସୁବାସ ଭାସିଯାଇଥିବାରୁ କିଛି ପତ୍ତା ପାଇନଥିଲେ। ତୁରନ୍ତ ମାଥିଲି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖବର ଲେଖାଯିବା ବେଳକୁ ତଦନ୍ତ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe