ଗୋରାସେତୁ ଅଞ୍ଚଳରୁ ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ମାଓ ସାମଗ୍ରୀ ଜବତ

Advertisment
ଗୋରାସେତୁ ଅଞ୍ଚଳରୁ ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ନୂତନ ଭାବେ ନିର୍ମିତ ଗୋରାସେତୁଠାରେ ଅବସ୍ଥାପିତ ୯ ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଆଜି ସର୍ଚ୍ଚ ଅପରେସନ ଜାରି ରହିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଯଡାମ୍ବ ଥାନା ପୁଲିସ ଖୋଜାଖୋଜି କରି ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ଗୋରାସେତୁ ଠାରୁ ବେଜିଂ ମଧ୍ୟରେ ଏକ କଲଭର୍ଟ iନିକଟରେ ପ୍ଲାଷ୍ଟିକ ବ୍ୟାଗରେ ନକ୍ସଲ ଜୋତା, ପୋଷାକ, ଔଷଧ, ବିଦ୍ୟୁତ ତାର, ବ୍ୟାଟେରି ସହ ବହୁ ଜିନିଷ ନକ୍ସଲ ଏଠାରେ ଲୁଚାଇ ରଖିଥିଲେ। ବିଏସ୍‌ଏଫ୍‌ ଯବାନ ସର୍ଚ୍ଚ ଅପରେସନ ବେଳେ ଏହି ବ୍ୟାଗକୁ ଉଦ୍ଧାର କରିଥିଲେ। ଗତକାଲି ମଧ୍ୟ ଏହି ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ମାଓ ସମଗ୍ରୀ ଜବତ କରାଯାଇଥିବା ବେଳେ ଆଜି ପୁଣି ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ନକ୍ସଲଙ୍କ ରାଜଧାନୀ ଭାବେ ଏହି ଗୋରାସେତୁ ଅଂଚଳ ବେଶ ପରିଚିତ। ଏଠାରେ ନକ୍ସଲ ନିଜର ସମସ୍ତ କାର୍ଯ୍ୟକ୍ରମ କରିଥାନ୍ତି। ଏପରିକି ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢେଇ କରିବା ନେଇ ମଧ୍ୟ ବ୍ଲୁପ୍ରିଣ୍ଟ ଏଠାରେ ହିଁ ପ୍ରସ୍ତୁତ କରାଯାଇଥାଏା ନିରୀହ ଜନତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେବା କାମ ମଧ୍ୟ ଏଠାରେ ହିଁ ହୋଇଥାଏ। ତେବେ ଏହି ଅଂଚଳର ପାଦ ପାଦକେ ବିପଦ ରହିଥିବା ବେଳେ ନକ୍ସଲ ଏଠାରେ ବିସ୍ଫୋରକ ସହ ବନ୍ଧୁକ, ନିଜର ଦୈନନ୍ଦିନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ଲୁଚାଇ ରଖିଥିଲେ। ତେବେ ଏହି ଅଂଚଳକୁ ବିଏସ୍‌ଏଫ୍‌ କବଜା କରିବା ପରେ ଲୋକେ ନକ୍ସଲଙ୍କ ଗୁମର ଏବଂ ଲୁଚାଇ ରଖିଥିବା ସମସ୍ତ ଜିନିଷ ସଂପର୍କରେ ବିଏସ୍‌ଏଫ୍‌ ଯବାନଙ୍କୁ ଜଣାଇ ଦେଉଥିବା ନଜରକୁ ଆସିଛି। ଯାହାଫଳରେ ବିଏସ୍‌ଏଫ୍‌ ଚଢାଉ କରି ଏହି ଅଂଚଳରେ ଲୁଚାଇ ରଖିଥିବା ମାଓ ସାମଗ୍ରୀକୁ ଲଗାତାର ଜବତ କରୁଛି ।ସବୁଠାରୁ ବଡ ସଫଳତା ଥିଲା ସିରିଜ ବୋମା। ୭ଟି ସିରିଜ ବୋମାକୁ ବିଏସ୍‌ଏଫ୍‌ ଉଦ୍ଧାର କରିଥିଲା। ଯାହାକି ନକ୍ସଲଙ୍କର ବଡ କ୍ଷତି ରହିଥିଲା। ଯାହା ପାଇଁ ନକ୍ସଲ ଜଣକୁ ହତ୍ୟା କରିବା ସହ ଜଣକୁ ନିର୍ଦ୍ଧୁମ ପିଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe