ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲ୍ଲୁରି ସୀତାରାମରାଜୁ ଜିଲ୍ଲାର ମାରେଡୁମିଲ୍ଲି ଜଂଗଲରେ ମାଓ ନେତା ହିଡମା ସମେତ ଅନ୍ୟ ୫ ଜଣକୁ ଏନକାଉଣ୍ଟରରେ ନିପାତ କରାଯାଇଥିବା ଆନ୍ଧ୍ର ପୁଲିସ କହିଥିଲା। ଏହି ଏନକାଉଣ୍ଟରର ଜବାବ ଦେଇଛି ମାଓ ସଂଗଠନର କେନ୍ଦ୍ରୀୟ କମିଟି। କେନ୍ଦ୍ରୀୟ କମିଟିର ପ୍ରବକ୍ତା ଅଭୟ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କିଭଳି ଆନ୍ଧ୍ର ପୁଲିସ ହିଡମାକୁ ଧରି ଅତି ନିର୍ମମ ଭାବେ ହତ୍ୟା କରିଛି ସେନେଇ ଅଭିଯୋଗ କରିଛି।
ଅଭୟଙ୍କ କହିବା ହେଲା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ତଥା କେନ୍ଦ୍ରୀୟ କମିଟିର ସଦସ୍ୟ ମାଡବି ହିଡମା ଏବଂ ତାଂକ କିଛି ସାଥୀ ବିଜୟୱାଡାକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ କିଛି ନିଜ ଲୋକଙ୍କ ଶତ୍ରୁତା ଯୋଗୁଁ ହିଡ଼ମା ଏବଂ ଅନ୍ୟ ନକ୍ସଲ ସାଥୀ ପୁଲିସ ହାତରେ ଧଡା ପଡ଼ିଥିଲେ। ଗତ ୧୫ ତାରିଖରେ ହିଡ଼ିମା ସମେତ ସମସ୍ତଙ୍କୁ ଧରି ଆତ୍ମସମର୍ପଣ ପାଇଁ କହିଥିଲେ। କିନ୍ତୁ ହିଡ଼ମା ଆତ୍ମସମର୍ପଣ ନକରିବାରୁ ତାକୁ ଏବଂ ଅନ୍ୟ ସାଥୀଙ୍କୁ ହତ୍ୟା କରି ମାରେଡୁମିଲ୍ଲି ଜଂଗଲରେ ଫିଙ୍ଗି ଏନକାଉଣ୍ଟରର ରୂପ ଦେଇଥିଲେ ବୋଲି ଅଭିଯୋଗ କରାଯାଇଛି। ହିଡ଼ମାର ବଳିଦାନ କେବେ ମଧ୍ୟ ବ୍ୟର୍ଥ ଯିବ ନାହିଁ ବୋଲି ସଂଗଠନ କହିଛି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବା ସହ ସେ ସହିଦ ହୋଇଥିବା କହିଥିଲେ। ତାଂକ ସହ ତାଂକ ପତ୍ନୀ ରାଜେ, ଟେକ ଶଂକର, କମଲୁ, ଚେତୁ, ମଲ୍ଲାଲ, ଦେବେ ନିଜର କର୍ତ୍ତବ୍ୟ ପାଳନ କରି ସହିଦ ହୋଇଛନ୍ତି। ତାଂକୁ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ଅଭୟ କହିଛନ୍ତି। ଏହି ହତ୍ୟାକୁ ବିରୋଧ କରି ଆସନ୍ତା ୨୩ ତାରିଖ ଦିନ ସାରା ଭାରତରେ ପ୍ରତିବାଦ ଦିବସ ପାଳନ କରାଯିବା ସହ ବନ୍ଦ ଡାକରା ଦେଇଛି ସଂଗଠନ। ପ୍ରବକ୍ତା ଅଭୟ ହିଡମାଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଂକର ବିସ୍ତୃତ ବିବରଣୀ ପ୍ରଦାନ କରିଛି। ତାଂକର ସଂଗଠନ ସହ ଯୋଡି ହେବା ଓ ବଳିଦାନ ଦେବା ସଂପର୍କରେ କୁହାଯାଇଛି।
ଫର୍ଜି ଏନ୍କାଉଣ୍ଟର
ଅନ୍ୟଦିଗରେ ସୁକମାର ପୂର୍ବତନ ବିଧାୟକ ମନିଷ କୁଞ୍ଜାମ ମଧ୍ୟ ଏହି ଏନକାଉଣ୍ଟରକୁ ଫର୍ଜି ବୋଲି କହିଛନ୍ତି। ମାଓ ନେତା ଦେବଜୀର ଏହା ଚାଲ ବୋଲି ସେ ଅଭିଯୋଗ କରିଛନ୍ତି। ମାଓ ନେତା ଦେବଜୀ ମଧ୍ୟ ସେଣ୍ଟ୍ରାଲ କମିଟି ସଦସ୍ୟ ରହିଥିବା ବେଳେ ସେ ହିଡମା ସହ ଅନ୍ୟ ୬୫ ଜଣ ନକ୍ସଲଙ୍କୁ ନେଇ ଆନ୍ଧ୍ରରେ ଆତ୍ମସମର୍ପଣ କରାଇବା ପାଇଁ ଉସୁକାଇଥିଲା। ସମସ୍ତେ ଯେତେବେଳେ ଆନ୍ଧ୍ରରେ ପହଞ୍ଚିଲେ ଦେବଜୀ ନିଜର ଫାଇଦା ନେବା ପାଇଁ ଏମାନଙ୍କୁ ହତ୍ୟା କରିବା ପାଇଁ କହିଥିଲା। ଏଥିସହ ଅନ୍ୟ ୫୦ ନକ୍ସଲକୁ ଗିରଫ କରି ଜେଲରେ ଭର୍ତ୍ତି କରିବାକୁ ପୁଲିସକୁ କହିଥିବା ଶ୍ରୀ କୁଞ୍ଜାମ ଅଭିଯୋଗ କରିଛନ୍ତି। ନିଜର ରାଜନୈତିକ ଫାଇଦା ପାଇଁ ଦେବଜୀ ହିଁ ଏଭଳି ନାଟକ କରି ହିଡମାକୁ ହତ୍ୟା କରାଇଛନ୍ତି।
ଆହୁରି ପଢ଼ନ୍ତୁ: Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ
ମିଥ୍ୟା ଏନକାଉଣ୍ଟର: ମାଓ
ଅନ୍ୟଦିଗରେ ହିଡମାର ଭାଇ ଓ ସମାଜସେବୀ ସୋନି ସୋଡ଼ି ମଧ୍ୟ ଏହାକୁ ମିଥ୍ୟା ଏନକାଉଣ୍ଟର ବୋଲି କହିଛନ୍ତି। କାରଣ ଗତ କିଛି ଦିନ ତଳେ ଛତିଶଗଡର ଗୃହମନ୍ତ୍ରୀ ବିଜୟ ଶର୍ମା ହିଡମା ଓ ଦେବେର ମା‘କୁ ଭେଟି ଆତ୍ମସମର୍ପଣ ପାଇଁ ଅନୁରୋଧ କରିବାକୁ କହିଥିଲେ। ହିଡମାର ମା‘ ମଧ୍ୟ ହିଡମାକୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନେହୁରା ହୋଇଥିଲେ। ଏହା ଶୁଣିବା ପରେ ହିଁ ହିଡମା ଆତ୍ମସମର୍ପଣ କରିବା ପାଇଁ ରାଜି ହୋଇ ଆନ୍ଧ୍ର ଯାଇଥିଲା। କିନ୍ତୁ ଆନ୍ଧ୍ର ପୁଲିସ ହିଡ଼ମାକୁ ଧରି ହତ୍ୟା କରିଛି ବୋଲି ପରିବାର ଲୋକେ ଓ ସୋନି ସୋଢ଼ି ଅଭିଯୋଗ ଆଣିଛନ୍ତି। ଏନେଇ କେଶ କରାଯିବା ସହ ଏହାର ନ୍ୟାୟ ପର୍ଯ୍ୟନ୍ତ ଯିବେ ବୋଲି ସୋନି ସୋଢି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/21/hidma-2025-11-21-20-16-43.jpg)