ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):  ମାଲକାନଗିରି  ଜିଲ୍ଲାରେ  ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ୍। ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରି ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଆ୍ରସିଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏହି ବିଶେଷଜ୍ଞ ଦଳ। ଆଜି ଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ।

Advertisment

ଆଜି ମୋଟ ୪୨୬ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଏହି ବିଶେଷଜ୍ଞ ଟିମରେ ସିନିୟର ସର୍ଜରି ଡ. ଜ୍ୟୋତିପ୍ରକାଶ ବିଶ୍ବାଳ, ଇଣ୍ଡକ୍ରନଲୋଜି ଡ.ଶାମଲି ମିଶ୍ର,ନ୍ୟୁରୋଲୋଜି ଡ.ସତୀଶ ରଂଜନ ଲେଙ୍କା, ନେପ୍ରୋଲଜି ଡ.ବିସେଶ୍ବର ରାଉତ, କାର୍ଡିଓଲୋଜି ଡ. ବିଶ୍ଵ ବିକାଶ ମିଶ୍ର,ଗାଷ୍ଟ୍ରୋଏଣ୍ଟେରୋଲୋଜି ଡ. ରିତିକ କୁମାର ଦାସ ମହାପାତ୍ର,ଆନାସ୍ଥେସିଆ ଡ.ହେମନ୍ତ କୁମାର ଦାସ ପ୍ରମୁଖ ପହଞ୍ଚି ରୋଗୀଙ୍କୁ ସେବା ଯୋଗାଉଥିବା ମେଡିକାଲ ଏଡିଏମଓ ଡ.ନିହାର ରଂଜନ ପ୍ରହରାଜ କହିଛନ୍ତି।

ଆହୁରି ପଢ଼ନ୍ତୁ: Air Health Service: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା: ପ୍ରଥମ ଦିନରେ ୩୩୮ ଜଣ ରୋଗୀ ଚିକିତ୍ସିତ

କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ୭୮ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ,ଗେଷ୍ଟ୍ରୋଲୋଜି ଡାକ୍ତର ୮୯ ଜଣ ରୋଗୀ,ନ୍ୟୁରୋଲୋଜି ୯୧ ଜଣ,ସର୍ଜିର ଡାକ୍ତର ୩ ଜଣ ରୋଗୀଙ୍କୁ,ଇଣ୍ଡକ୍ରନଲୋଜି ଡାକ୍ତର ୭୩ ରୋଗୀଙ୍କୁ ଏବଂ ନ୍ୟୁପ୍ରୋଲଜି ମେଡିସିନ ଡାକ୍ତର ୯୫ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ଜଣାପଡିଛି। ଆସନ୍ତାକାଲି ପୁଣି ୬ ଜଣ ପ୍ରଫେସର ଏବଂ ବିଶେଷଜ୍ଞ ଦଳ ବିମାନରେ ମାଲକାନଗିରି ପହଞ୍ଚିବେ ବୋଲି ଜଣାପଡିଛି। ତେବେ ସମସ୍ତ ଡାକ୍ତରଙ୍କୁ ଚିକିତ୍ସା ଏବଂ ବିଭିନ୍ନ ପରୀକ୍ଷାରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ.ନିହାର ରଂଜନ ପ୍ରହରାଜ ସହଯୋଗ କରିଥିଲେ।