ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ୍ ପହଞ୍ଚିଛନ୍ତି। ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରି ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ଆ୍ରସିଥିବା ରୋଗୀଙ୍କୁ ଚିକିତ୍ସା କରିଛନ୍ତି ଏହି ବିଶେଷଜ୍ଞ ଦଳ। ଆଜି ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ।
ଆଜି ପ୍ରଥମ ଦିନରେ ମୋଟ ୩୩୮ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଏହି ବିଶେଷଜ୍ଞ ଟିମ୍ରେ ନ୍ୟୁରୋଲୋଜି ଡ.ପଲ୍ଲବୀ ଦାସ, ନେଫ୍ରୋଲୋଜି ଡ. ରୁଚିକା ମଲ୍ଲିକ, କାର୍ଡିଓଲୋଜି ଡ. ବିଶ୍ଵ ବିକାଶ ମିଶ୍ର, ଗାଷ୍ଟ୍ରୋଏଣ୍ଟେରୋଲୋଜି ଡ. ଶୁଭମ୍ ବେହେରା, ଇଉରୋଲଜି ଡ. ସଶାଙ୍କ ଶେଖର ପ୍ରସାଦ ମହାପାତ୍ର, ଆନାସ୍ଥେସିଆ ଡ. କମଳାକାନ୍ତ ବାରିକ୍ ପ୍ରମୁଖ ପହଞ୍ଚି ରୋଗୀଙ୍କୁ ସେବା ଯୋଗାଉଥିବା କହିଛନ୍ତି। କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ୬୭ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ, ଗେଷ୍ଟ୍ରୋଲୋଜି ଡାକ୍ତର ୭୧ ଜଣ ରୋଗୀ, ନ୍ୟୁରୋଲୋଜି ଏବଂ ସର୍ଜିର ଡାକ୍ତର ୮୮ ରୋଗୀଙ୍କୁ,ଇଉରୋଲଜି ଡାକ୍ତର ୪୯ ରୋଗୀଙ୍କୁ ଏବଂ ନ୍ୟୁପ୍ରୋଲଜି ମେଡିସିନ ଡାକ୍ତର ୬୩ ଜଣ ରୋଗୀଙ୍କୁ ଚିକିତ୍ସା କରିଥିବା ଜମାପଡିଛି।
ଆହୁରି ପଢ଼ନ୍ତୁ: ଛତିଶଗଡ଼ର ବିଜାପୁରରେ ସର୍ଚ୍ଚ ଅପରେସନ୍: ୧୨ ନକ୍ସଲ ନିହତ, ୨ ଯବାନ ସହିଦ
'ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା' ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ 'ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା' ରେ ଆଜି (୦୩. ୧୨. ୨୫) ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର… pic.twitter.com/mIyaZZMFLE
— CMO Odisha (@CMO_Odisha) December 3, 2025
ଡିସେମ୍ବର ୬ ତାରିଖ ଯାଏଁ ଚିକିତ୍ସା କରିବେ ଡାକ୍ତର
ଆସନ୍ତାକାଲି ପୁଣି ୬ ଜଣ ପ୍ରଫେସର ଏବଂ ବିଶେଷଜ୍ଞ ଦଳ ବିମାନରେ ମାଲକାନଗିରି ପହଞ୍ଚିବେ ବୋଲି ଜଣାପଡିଛି। ତେବେ ସମସ୍ତ ଡାକ୍ତରଙ୍କୁ ଚିକିତ୍ସା ଏବଂ ବିଭିନ୍ନ ପରୀକ୍ଷାରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସ ସହଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଚିକିତ୍ସା ବ୍ୟବସ୍ଥାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।
ଆହୁରି ପଢ଼ନ୍ତୁ: Nehru Babri Issue: ରାଜନାଥ ସିଂହଙ୍କ ବଡ଼ ଦାବି: ନେହେରୁ ସରକାରୀ ଟଙ୍କାରେ ବାବ୍ରି ମସଜିଦ୍ ନିର୍ମାଣ କରିବାକୁ ଚାହୁଁଥିଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/03/mkg-cm-air-health-seva-2025-12-03-19-55-37.jpg)