ପରିବାର ଲୋକଙ୍କ ସମ୍ମୁଖରେ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମାଓବାଦୀୀ

Advertisment
ପରିବାର ଲୋକଙ୍କ ସମ୍ମୁଖରେ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମାଓବାଦୀୀ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ଥମୁନି ମାଓ ହିଂସା। ମାଓ ସହିଦ ସପ୍ତାହ ପୂର୍ବରୁ ମାତିଛନ୍ତି ମାଓବାଦୀ। ଘରେ ପ୍ରବେଶ କରି ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।  ଛତିଶଗଡ଼ ପୋଲମପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ସମ୍ମୁଖରେ ମାଓବାଦୀମାନେ ମାଡକମ ଜଗା ନମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତ ମାଡକମ ଜଗା ପୋଲାମପାଲି ଗାଁର ଜଣେ ଦୋକାନୀ ବୋଲି ଜଣାଯାଇଛି।

publive-image

ଏତିକିରେ  ମାଓବାଦୀମାନେ ସନ୍ତୁଷ୍ଟ ହୋଇନଥିଲେ। ହତ୍ୟା ପରେ ସେମାନେ ମୃତକଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇ ଚାଲିଯାଇଥିଲେ। ହତ୍ୟାକାଣ୍ଡ ଘଟାଇ କୋଣ୍ଟା ଏରିଆ କମିଟି ଘଟଣାସ୍ଥଳରେ ପୋଷ୍ଟର ମାରି ଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe