ପୁଲିସ ସୂଚନାଦାତା ଦର୍ଶାଇ ଗ୍ରାମବାସୀକୁ ହତ୍ୟା

ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ଦର୍ଶାଇ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସଲାତୋଙ୍ଗ ଗ୍ରାମରେ ପହଞ୍ଚିଥିଲେ।

Naxal

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ଦର୍ଶାଇ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ କିଷ୍ଟରାମ ଥାନା ଅନ୍ତର୍ଗତ ସଲାତୋଙ୍ଗ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବା ସୋନାଙ୍କୁ ଖୋଜିଥିଲେ।

ଗ୍ରାମବାସୀ ନକ୍ସଲଙ୍କୁ ଅଟକାଇବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ରବା ସୋନା ଘରକୁ ଯାଇ ତାକୁ ଘରୁ ଟାଣି ଆମି ଲାଠି ଏବଂ ଠେଙ୍ଗାରେ ନିସ୍ତୁକ ମାଡ ମାରିଥିଲେ। ଗ୍ରାମବାସୀ ଏବଂ ପରିବାର ଲୋକଙ୍କ କାକୁତିମିନତି ସତ୍ବେ ନକ୍ସଲ କିଛି ଶୁଣିନଥିଲେ। ପରେ ଜଂଗଲକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

ପୁଲିସ ସୂଚନାଦାତା ଦର୍ଶାଇ ନକ୍ସଲ ନିରୀହ ଗ୍ରାମବାସୀଙ୍କୁ ଟାର୍ଗେଟ ଆରମ୍ଭ କରିଦେଇଛନ୍ତି। ପରିବାର ଲୋକେ ସକାଳୁ ଶବ ନିକଟରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ଲଗାତାର ଚଢାଉରେ ନକ୍ସଲ ଏବେ ଘାଇଲା ବାଘ ଭଳି ରହିଛନ୍ତି। ତେଣୁ ପୁଲିସର ରାଗ ଏବେ ନିରୀହ ଜନତାଙ୍କୁ ସୁଝାଉଥିବା କୁହାଯାଇଛି।

 maoists 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe