ଫୁଟିଲା ପ୍ରେସର ବୋମା, ନାବାଳକ ଗୁରୁତର

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନିରୀହ ଆଦିବାସୀଙ୍କୁ ସବୁବେଳେ ଟାର୍ଗେଟ କରିଆସୁଥିବା ନକ୍ସଲ ଏଥର ଜଣେ ନାବାଳକକୁ ଟାର୍ଗେଟ କରିଛନ୍ତି।

Pressure Bomb Blast: 2 Jawans Injured

Pressure Bomb Blast: 2 Jawans Injured Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନିରୀହ ଆଦିବାସୀଙ୍କୁ ସବୁବେଳେ ଟାର୍ଗେଟ କରିଆସୁଥିବା ନକ୍ସଲ ଏଥର ଜଣେ ନାବାଳକକୁ ଟାର୍ଗେଟ କରିଛନ୍ତି। ଗାଙ୍ଗଲୁର ଥାନା ଅନ୍ତର୍ଗତ ପିଡିଆ ଅଂଚଳରେ ନକ୍ସଲ ଲଗାଇଥିବା ପ୍ରେସର ବୋମାର ଶିକାର ହୋଇଛନ୍ତି ସ୍ଥାନୀୟ ଜଣେ ନାବାଳକ ମୋହନ। ସେ ଜଂଗଲରୁ ଘରକୁ ଫେରୁଥିବା ବେଳେ ହଠାତ୍ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ନାବାଳକର ଡାହାଣ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ସ୍ଥାନୀୟ ୧୯୯ ସିଆରପିଏଫ ବାଟାଲିୟନର ଯବାନ ଘଟଣାସ୍ଥଳରେ ପହଞ୍ଚି ମୋହନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ମୋହନ ଚିକିତ୍ସିତ ହେଉଥିବା ଜଣାପଡିଛି।

ନାବାଳକ ମୋହନ ଜଂଗଲରୁ ଘରକୁ ଫେରୁଥିବା ବେଳେ ହଠାତ୍ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ନାବାଳକର ଡାହାଣ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ତେବେ ନକ୍ସଲ ସବୁବେଳେ ଜନତାକୁ ଟାର୍ଗେଟ କରି ହତ୍ୟା କରୁଥିବା ଯୋଗୁଁ ଲୋକେ ଏଥର ନକ୍ସଲଙ୍କୁ ଆଉ ସମର୍ଥନ କରିବେ ନାହଁ ବୋଲି ସଫା ସଫା କହିଛନ୍ତି। ସ୍ଥାନୀୟ ଆଦିବାସୀମାନେ ନକ୍ସଲଙ୍କ ଏହି ଆକ୍ରମଣକୁ ଘୋର ନିନ୍ଦା କରିବା ସହ ନକ୍ସଲ ସହ ଦରକାର ପଡିଲେ ଲଢିବେ ବୋଲି କହିଛନ୍ତି। ଯାହାକୁ ନେଇ ପୁଲିସ ଏବେ ଆଶ୍ବସ୍ତି ଲାଭ କରିଛି। ଜନସାଧାରଣ ନକ୍ସଲଙ୍କର ଏଭଲି ହିଂସାକାଣ୍ଡ ସଂପର୍କରେ ଅବଗତ ହେଲେଣି ବୋଲି ପୁଲିସ କହିଛି।

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe