ବଣ୍ଡାଘାଟିର ଦୁର୍ଗମ ଇଲାକାରେ ପହଞ୍ଚିଲା ମୋବାଇଲ୍‌ ନେଟୱର୍କ ସେବା

ଖଇରପୁଟ ବ୍ଲକର ବଣ୍ଡାଘାଟିର ଅଂଚଳବାସୀଙ୍କ ଅନେକ ଦିନର ଦାବି ପରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛି ନେଟୱର୍କ ସେବା। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା ପଞ୍ଚାୟତ ଗ୍ରାମାଞ୍ଚଳରେ ନେଟୱର୍କ ଆସିବା ପରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକେ ଉପକୃତ ହୋଇଛନ୍ତି।

Mkg Banda Ghatire BSNL seba start

ମାଲକାନଗିରି: ଜିଲ୍ଲାର ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିର ଅଂଚଳବାସୀଙ୍କ ଅନେକ ଦିନର ଦାବି ପରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛି ନେଟୱର୍କ ସେବା। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା ପଞ୍ଚାୟତ ଗ୍ରାମାଞ୍ଚଳରେ ନେଟୱର୍କ ଆସିବା ପରେ ୩ ହଜାରରୁ ଊର୍ଦ୍ଧ୍ଵ ଲୋକେ ଉପକୃତ ହୋଇଛନ୍ତି। ଉକ୍ତ ଗ୍ରାମଗୁଡ଼ିକୁ ବଣ, ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହିଛି। ଆଜି ବି ଏହି ଅଂଚରେ ଆଖିଦୃଶିଆ ବିକାଶ ହୋଇପାରୁନି।

ବର୍ତ୍ତମାନ ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ନେଟୱର୍କ ସେବା ପହଞ୍ଚିବା ପରେ ଅଂଚଳରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ ନେଟୱର୍କ ଯେତେବେଳେ ନ ଥିଲା ସେହି ସମୟରେ ବିଭିନ୍ନ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଥିଲେ। ରାତିଅଧିଆ କୌଣସି ରୋଗୀ ଅସୁବିଧା ହେଲେ ନେଟୱର୍କ ଖୋଜିବା ପାଇଁ କେତେବେଳେ ପର୍ବତ ଉପରେ ଜଗି ରହିବାକୁ ପଡୁଥିଲା ତ ଆଉ କେତେବେଳେ ମୁଖ୍ୟ ରାସ୍ତାର କୌଣସି ଗଛମୂଳେ ନେଟୱର୍କ ପାଇବା ପାଇଁ ଜଗି ରହିବାକୁ ପଡୁଥିଲା। ଏତେସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପୂର୍ବରୁ ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳଗୁଡିକ ମାଓବାଦୀଙ୍କ ଗଡ ରୁପେ ପରିଚିତ ଥିଲା।

ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ନେଟୱର୍କ ସେବା ପହଞ୍ଚିବା ପରେ ଅଂଚଳରେ ଖୁସିର ଲହରି ଖେଳିଯାଇଛି। ପୂର୍ବରୁ ନେଟୱର୍କ ଯେତେବେଳେ ନ ଥିଲା ସେହି ସମୟରେ ବିଭିନ୍ନ ସୁବିଧା ପାଇବାରୁ ଲୋକେ ବଞ୍ଚିତ ହେଉଥିଲେ। ରାତିଅଧିଆ କୌଣସି ରୋଗୀ ଅସୁବିଧା ହେଲେ ନେଟୱର୍କ ଖୋଜିବା ପାଇଁ କେତେବେଳେ ପର୍ବତ ଉପରେ ଜଗି ରହିବାକୁ ପଡୁଥିଲା

ବର୍ତ୍ତମାନ ସେହି ଅଂଚଳରେ ବିକାଶ ପାଦ ଥାପିବା ପରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାମ ସହ ନେଟୱର୍କ ସେବା ଧୀରେଧୀରେ ପହଞ୍ଚିବା ଆରମ୍ଭ କରିଛି। ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ପଞ୍ଚାୟତର ଆଗ ଧାଡ଼ିର ସମାଜସେବୀମାନଙ୍କୁ ଅଂଚଳବାସୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ତେବେ ଏହି ବିଏସଏନଏଲ ୪-ଜି ମୋବାଇଲ ସେବା ଆସିଥିଲେ ମଧ୍ୟ କିଛି ଲୋକଙ୍କୁ ଦୁଃଖ ଦେଇଛି।କାରଣ ସବୁ ମୋବାଇଲରେ ଏହି ସେବା କାମ କରୁନାହିଁ।ଅଳ୍ପ କିଛି ମୋବାଇଲରେ ଏହି ସେବା କାର୍ଯ୍ୟ କରୁଛି। ତେବେ ବିଏସଏନଏଲ କର୍ତ୍ତୃପକ୍ଷଙ୍କ କହିବା ହେଲା ଏନେଇ କାମ ଚାଲିଛି,ଖୁବଶୀଘ୍ର ସବୁ ମୋବାଇଲକୁ ଏହି ସେବା ଯୋଗାଇଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe