ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁର ସୀମାବର୍ତ୍ତୀ ଜଂଗଲରେ ଗତକାଲି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଗତକାଲି ୧୨ ଜଣ ନକ୍ସଲଙ୍କର ଶବ ଉଦ୍ଧାର କରାଯାଇଥିଲା। ଯବାନ କିନ୍ତୁ ଏହି ଜଂଗଲରେ ଗତକାଲି ଠାରୁ ଲଗାତାର ସର୍ଚ୍ଚ ଅପରେସନ କରୁଥିବା ଦେଖିବାକୁ ମିଳିଛି। ଆଜି ପୁଣି ଜଂଗଲର ବିଭିନ୍ନ ସ୍ଥାନରେ ୬ ଜଣ ନକ୍ସଲଙ୍କ ମୃତ ଦେହକୁ ଯବାନ ଉଦ୍ଧାର କରିଥିଲେ।

Advertisment

ବସ୍ତର ଆଇଜି ସୁନ୍ଦର ରାଜଙ୍କ କହିବା ଅନୁଯାୟୀ ଏମାନଙ୍କ ମଧ୍ୟରୁ ଦୁର୍ଦାନ୍ତ ଡିଭିସିଏମ ବେଲ୍ଲା ମଡିୟମ ଏବଂ ରାନୀ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଦନ୍ତ ପରେ କେଉଁ କେଉଁ ନକ୍ସଲଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିବ ବୋଲି ସେ କହିଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ସହ ଏସଏଲଆର, ଇନସାସା,୩୦୩ ଭଳି ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ଉଦ୍ଧାର କରାଯାଇଛି।

Mkg saheed ku sradhanjali (7)
Bijapur encounter. Photograph: (sambad.in)

ପରିବାରକୁ କହି ଯାଇଥିଲେ ଯବାନ

ଆଜି ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ୩ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଗତକାଲି ବୀରତ୍ବର ସହ ନକ୍ସଲଙ୍କ ସହ ଲଢି ଏହି ତିନି ଯବାନ ସହିଦ ହୋଇଥିଲେ। ଏମାନେ ହେଲେ ଡିଆରଜି ହେଡ କନେଷ୍ଟବଲ ମୋନୁ ବଡାଡି, ଡିଆରଜି କନେଷ୍ଟବଲ ଦୁକାରୁ ଗୋଣ୍ଡେ ଏବଂ ଡିଆରଜି କନେଷ୍ଟବଲ ରମେଶ ସୋଡି। ଆଜି ତିନି ସହିଦଙ୍କୁ ପୁଲିସ ପ୍ରଶାସନ,ରାଜନେତା ସହ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ତିନି ଜଣଙ୍କ ଶବକୁ ରାଜନେତା ଏବଂ ପୁଲିସର ଉଚ୍ଚପଦାଧିକାରୀମାନେ କାନ୍ଧ ଦେଇଥିଲେ। ତିନି ସହିଦ ପରିବାର ଓ ସଂପର୍କୀୟଙ୍କ ଆଖିରୁ ଲୁହ ଶୁଖୁନଥିାଲା। ଗତ କିଛି ଘଣ୍ଟା ତଳେ ଅପରେସନକୁ ଯାଉଥିବା ପରିବାର ଲୋକଙ୍କୁ କହି ଯାଇଥିଲେ। ଆଉ ଶବ ହୋଇ ଫେରିଲେ। ଯାହାକୁ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ। 

ଆହୁରି ପଢ଼ନ୍ତୁ: Naxal Free India: ସୁଧୁରିଯାଅ ମାଓବାଦୀ ! ମାର୍ଚ୍ଚ ଆସୁଛି… ଡେଡଲାଇନ ପୂରୁଛି ଡର ବଢୁଛି, ଆଉ ୩ ମାସରେ ମାଓମୁକ୍ତ ହେବ ଭାରତ

ବର୍ଷେ ନପୁରୁଣୁ ୨୫୫ ମାଓବାଦୀ ନିପାତ

ପ୍ରକାଶ ଥାଉକି ବସ୍ତର ଅଂଚଳରେ ଗତ ବର୍ଷ ୨୩୯ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଚଳିତ ବର୍ଷ ୨୫୫ ଜଣ ନକ୍ସଲ ନିହତ ହୋଇଛନ୍ତି। ତେବେ ଏହି ଉତ୍ତର ବସ୍ତର ଜୋନ ନକ୍ସଲଙ୍କର ଗଡ ଥିଲା। ଏବେ ଯବାନ ଏହି ଗଡକୁ ବି ଜୟ କରିନେଲେ। ନକ୍ସଲ ଏବେ ଆନ୍ଧ୍ର ଆଡକୁ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି। ତେବେ ଯବାନ ସେହି ଅଂଚଳରେ ବି ଆମ୍ବୁସ କରି ରହିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: Tribal Opposed IDCO: ମାଲକାନଗିରିରେ ଇଡେ୍‌କୋ ବିରୋଧରେ ଗର୍ଜିଲେ ଆଦିବାସୀ, ରାଜରାସ୍ତାରେ କଲେ ପ୍ରଦର୍ଶନ