ନୂଆଦିଲ୍ଲୀ: ଘଣ୍ଟାର ଟିକ୍ ଟିକ୍ ଶବ୍ଦରେ ଧାଉଁଛି ସମୟ । କ୍ୟାଲେଣ୍ଡର ବଦଳିବା ପରି ବଦଳିଯିବ ବର୍ଷ । ଆଉ ମାତ୍ର ଦିନ କେଇଟା ପରେ ଆସିବ ନୂଆବର୍ଷ । ତା ସହ ଜାନୁଆରୀ ଡେଇଁ ପେବୃଆରୀ ପରେ ମାର୍ଚ୍ଚ ମାସ ଆସିବ । ଯେଉଁ ମାର୍ଚ୍ଚ ଉପରେ ସାରା ଦେଶର ନଜର ରହିଥିଲା ଶେଷରେ ସେହି ମାସ ଆସିବ ଆଉ ଦେଶ ମାଓ ମୁକ୍ତ ହେବା ସହ ମାଓବାଦ ଶେଷ ନିଶ୍ବାସ ନେବ ।
/filters:format(webp)/sambad/media/media_files/2025/12/03/encounter-2025-12-03-17-28-22.jpg)
ଆହୁରି ପଢନ୍ତୁ- Operation SagarBandhu: ସଙ୍କଟରେ ଶ୍ରୀଲଙ୍କା: ଅପରେସନ ‘ସାଗର ବନ୍ଧୁ’ ଜରିଆରେ ସଙ୍କଟମୋଚକ ସାଜିଲା ଭାରତ…
୨୦୨୬ ମାର୍ଚ୍ଚ ୩୧ ତାରିଖ- ଏହି ଦିନ ମାଓବାଦୀଙ୍କ ପାଇଁ ଡେଡଲାଇନ ଥିବା ବେଳେ ଯବାନ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଏହି ତାରିଖ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ଏବଂ ଚାଲେଞ୍ଜ । କାରଣ ଦେଶକୁ ମାଓମୁକ୍ତ କରିବା ପାଇଁ ଯେଉଁ ସଙ୍କଳ୍ପ ମୋଦୀ ସରକାର ନେଇଛନ୍ତି ସେହି ଦିଗରେ ଅପରେସନକୁ ଜୋରଦାର କରାଯାଇଛି । ବିଗତ ଦିନରେ ମାଓମୁକ୍ତ ଭାରତ ଲକ୍ଷ୍ୟରେ ଲାଲଗଡରେ ବଡ଼ ଅପରେସନ କରି ମାଓବାଦୀଙ୍କୁ ନିପାତ କରାଯାଉଛି ।
ମାଓବାଦୀଙ୍କ ଛାତିରେ ମୃତ୍ୟୁ ଛନକା
ଗୋଟେପଟେ ଅସ୍ତ୍ର ଛାଡିବାକୁ ଆହ୍ବାନ ଦିଆଯାଉଥିବା ବେଳେ ଅନ୍ୟପଟେ ନକ୍ସଲଙ୍କୁ ତ୍ରାହି ଦିଆଯାଉନି । ଯବାନଙ୍କ ଗୁଳିର ଗର୍ଜନ ଏବଂ ବାରମ୍ବାର ଅପରେସନ ପରେ ଥରହର ମାଓ ଶିବିର । ନକ୍ସଲଙ୍କର ନିଦ ହଜିଛି । ପୁଣି ମାର୍ଚ୍ଚ ମାସ ପାଖେଇ ଆସୁଥିବାରୁ ମାଓବାଦୀ ଶିବିରରେ ଭୟ ଖେଳିଯିବା ସହ ଛାତିରେ ପଶିଲାଣି ମୃତ୍ୟୁ ଛନକା ।
ଆହୁରି ପଢନ୍ତୁ- Converting To Christianity: ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ମିଳିବନି ଏସସି ସୁବିଧା:ଆହ୍ଲାବାଦ ହାଇକୋର୍ଟଙ୍କ ରାୟ
ଡେଡଲାଇନ ପୂରୁଛି ନକ୍ସଲଙ୍କ ଡର ବଢୁଛି
ସେହିକ୍ରମରେ ଆଜି ଏକ ବଡ଼ ଏନକାଉଣ୍ଟର ହୋଇଛି । ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟିଛି। ଏହି ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଅନ୍ୟପଟରେ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୧୨ ଜଣ ମାଓବାଦୀ ନିପାତ ହୋଇଛନ୍ତି।
ରିପୋର୍ଟ କହୁଛି ଚଳିତ ବର୍ଷ ମାଓମୁକ୍ତ ଅଭିଯାନକୁ ଜୋରଦାର କରାଯିବାରୁ ଛତିଶଗଡ଼ରେ ୨୭୫ ଜଣ ନକ୍ସଲ ନିପାତ ହୋଇଛନ୍ତି । ଯେଉଁଥିରେ ବସ୍ତର ଡିଭିଜନରେ ସବୁଠୁ ଅଧିକ ମରିଛନ୍ତି । ବିଜାପୁର, ଦାନ୍ତେଓ୍ଵାଡାରେ ଅଳ୍ପ ସଂଖ୍ୟକ ନକ୍ସଲଙ୍କୁ ନିପାତ କରାଯାଇଛି । ତେବେ ଡେଡଲାଇନ ପୂରୁଥିବାରୁ ନକ୍ସଲଙ୍କ ଛାତିରେ ଡର ବଢୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/03/naxal-2025-12-03-21-18-20.jpg)