MP Balabhadra Majhi talks with people. Photograph: (sambad.in)
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାର ରାଖାଲଗୁଡ଼ାର ଲାକେ ପଡିଆମିଙ୍କୁ ହତ୍ୟା ଓ ପରେ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଜିଲ୍ଲାରେ ଏକ ପ୍ରକାର ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ଏହାକୁ କିପରି ରୋକାଯିବା ସହ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ହେବ ତାକୁ ନେଇ ଜିଲ୍ଲା ପ୍ରଶାସନ ସହ ସରକାର ମଧ୍ୟ ଲାଗି ପଡ଼ିଛନ୍ତି। ଏହି କ୍ରମରେ ଆଜି ସାଂସଦ ବଳଭଦ୍ର ମାଝୀ ମଧ୍ୟ ମାଲକାନଗିରିରେ ପହଞ୍ଚିଥିଲେ। ସର୍କିଟ ହାଉସରେ ଦୁଇ ସଂପ୍ରଦାୟର ବରିଷ୍ଠ ନେତାମାନଙ୍କୁ ପୃଥକ ପୃଥକ ଭାବେ ବୈଠକ କରି ଆଲୋଚନା କରିଥିଲେ। ଆଦିବାସୀ ସଂଘର ନେତାମାନେ ବିଭିନ୍ନ ଦାବି ସାଂସଦଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ନେଇ ସେମାନେ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।
ସେହିପରି ବଙ୍ଗାଳି ସମାଜର ବରିଷ୍ଠ ନେତାମାନେ ମଧ୍ୟ ସାଂସଦ ଶ୍ରୀ ମାଝୀଙ୍କ ସହ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ଏସପି ବିନୋଦ ପାଟିଲ ଏଚ ମଧ୍ୟ ଉପସ୍ଥିତ ଥିଲେ। ଏନେଇ ସାଂସଦ ଶ୍ରୀ ମାଝି ଗଣମାଧ୍ୟମକୁ କହିଥିଲେ ଯେ ଦୁଇ ପକ୍ଷ ସହ ହୋଇଥିବା ଆଲୋଚନା ସଫଳ ରହିଛି। ଗତ ଦିନରେ ଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀ, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ସମେତ ପୁଲିସ ଡିଜି,ଏଡିଜି,ଡିଆଇଜି ଭଳି ଅଧିକାରୀ ଆସି ସ୍ଥିତିକୁ ସମ୍ଭାଳିଥିଲେ। ଏଥିସହ ଦୁଇ ପକ୍ଷ ସହ ଆଲୋଚନା ମଧ୍ୟ କରିଥିଲେ।ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷାକୁ କଡାକଡି କରିବା ପାଇଁ ନିର୍ଦେଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: Odisha Tourism: ଜଳପ୍ରପାତ ନିକଟରେ ପହଞ୍ଚିଗଲେ ଭୁଲିଯିବେ ସବୁ କଷ୍ଟ
ସରକାରଙ୍କୁ ନିବେଦନ କରିବି: ସାଂସଦ
ଆଜି ମୁଁ ମଧ୍ୟ ଏଠାକୁ ଆସି ଦୁଇ ପକ୍ଷ ସହ ଆଲୋଚନା କରି ବେଶ ଖୁସି ରହିଥିବା ପ୍ରକାଶ କରିଥିଲେ। ଏମଭି-୨୬ ଗ୍ରାମରେ କିପରି ଲୋକେ କ୍ଷତିପୂରଣ ପାଇବେ ସେନେଇ ସେ ସରକାରଙ୍କ ନିକଟରେ ନିବେଦନ କରିବେ ବୋଲି କହିଥିଲେ। ଏଥିସହ ଆଇନ ତାବାଟରେ ଯାଉଛି। ଯେଉଁମାନେ ଅପରାଧୀ ସେମାନଙ୍କ ଦଣ୍ଡ ମିଳିବା କଥା। ପୁଣି ଜିଲ୍ଲାରେ ପୂର୍ବ ସ୍ଥିତି ଫେରିବ ବୋଲି ଆଶା ପ୍ରକଟ କରିଥିଲେ।
ଆହୁରି ପଢ଼ନ୍ତୁ: Good News: ଦିଲ୍ଲୀ ପୁଲିସର କର୍ମଚାରୀଙ୍କୁ ଅବସର ଦିନ ମିଳିବ ସମ୍ମାନଜନକ ପଦବି
Follow Us