ଏମଭି-୭୯ରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ସମାବେଶ:ମାଇକ୍ରୋ ଫାଇନାନ୍ସ ବିରୁଦ୍ଧରେ ଏତଲା ଦେଲେ

ଏମଭି-୭୯ରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ସମାବେଶ:ମାଇକ୍ରୋ ଫାଇନାନ୍ସ ବିରୁଦ୍ଧରେ ଏତଲା ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ଠାରେ ଚିଟଫଣ୍ଡ ଜମାକାରୀଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା। ନୀରିହ ଗରିବ ଆଦିବାସୀମାନଙ୍କୁ ଠକ ସଂସ୍ଥାମାନେ କୋଟି କୋଟି ଟଂକା ଠକି ନେଇଗଲେ। ଦୀର୍ଘ ୪ ବର୍ଷ ହେଲା ଜମାକାରୀମାନେ ସେମାନଙ୍କର କଷ୍ଟାର୍ଜିତ ଟଂକା ଜମାକରି ଆଜି ପର୍ଯ୍ୟନ୍ତ ସେହି ଟଂକାକୁ ଫେରସ୍ତ ନପାଇଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି। ଆଜିର ସମାବେଶରେ ଉପସ୍ଥିତ ଥିବା ଅଧିକାଂଶ ଜମାକାରୀ ମାଇକ୍ରୋ ଫାଇନାନସ୍‌ ଦ୍ୱାରା ଠକାମୀର ଶିକାର ହୋଇଥିବା କହିବା ସହ ଏତଲା ଦାୟର କରିବା

ପାଇଁ ନିଷ୍ପତ୍ତି ନେଇଥିଲେ। ସମାବେଶ ପରେ ଶୋଭାଯାତ୍ରାରେ ଯାଇ ଏମଭି-୭୯ ଥାନାରେ ଏତଲା ଦାୟର କରିଥିଲେ।ଯଦି ତୁରନ୍ତ ସରକାର ଜମାକାରୀମାନଙ୍କ ଟଂକା ଫେରାଇବାରେ ସହଯୋଗ ନକରନ୍ତି ତେବେ ସମସ୍ତ ଜମାକାରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ସମାବେଶରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚ ତରଫରୁ ଯୁଗ୍ମ ଆବାହକ ମଧୁସୁଦନ ବିଶ୍ୱାଳ,ଅନୁରାଧା ସୁବୁଦ୍ଧି,ଦକ୍ଷିଣ ଓଡିଶା ଆବାହକ ପ୍ରଦୀପ ମହାରଣା,ମାଧବ ବାଇନ,ନଗନ ମଣ୍ଡଳ,ତପନ କିର୍ତ୍ତନୀଆ,ଶ୍ୟାମଳ ବିଶ୍ୱାସ,ନିରୁପେନ ମାଳି,ରାଜୀବ ମଣ୍ଡଳ,ଅମଲ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe