ଏନକାଉଣ୍ଟରରେ ନକ୍ସଲ ମୃତ

Advertisment
ଏନକାଉଣ୍ଟରରେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ପୁଲିସ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବା ଏସପି ମୋହିତ ଗର୍ଗ ପ୍ରକାଶ କରିଛନ୍ତି। ଡିଆରଜି ଯବାନ ଆଜି ସର୍ଚ୍ଚ ଅପରେସନ ପାଇଁ ବାସାଗୁଡା ଅଂଚଳର ତିମ୍ମାପୁର ଅଂଚଳକୁ ଯାଇଥିଲେ। ଅପରେସନ ସାରି ଫେରୁଥିବା ବେଳେ ନକ୍ସଲ ଆମ୍ବୁସ ଲଗାଇ ଅତର୍କିତ ଆକ୍ରମଣ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଗୁଳିବିନିମୟ ଘଟିଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୋଟିଏ ବନ୍ଧୁକ ସହ ଜଣେ ନକ୍ସଲଙ୍କ ମୃତ ଦେହକୁ ପୁଲିସ ଠାବ କରିଥିଲା। ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୋଟିଏ ମଟର ସାଇକେଲ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଯବାନ ଦେଖିବାକୁ ପାଇଛନ୍ତି। ଏହି ଘଟଣାଟି କିଷ୍ଟରାମ ଅଂଚଳର ଟେଟାମଡଗୁ ରାସ୍ତାରେ ଘଟିଛି। ସୁକମା ଏସବି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ପ୍ରଥମ ଥର ପାଇଁ ନକ୍ସଲ ବିସ୍ଫୋରଣରେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରିଛନ୍ତି। ଘଟଣା ସ୍ଥଳରେ ଯବାନ ରକ୍ତର ଛିଟା ପଡିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ତେବେ ଯେଉଁ ଗ୍ରାମବାସୀ ଜଣକ ଏହି ବିସ୍ଫୋରଣରେ ମୃତ୍ୟୁ ବରଣ କରିଛନ୍ତି ତାଂକର ଶବ କିନ୍ତୁ ସେଠାରେ ନଥିବା ଯବାନ ଦେଖିବାକୁ ପାଇଥିଲେ। ପୁଲିସ ଘଟଣାର ଅଧିକା ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe