ଜଂଗଲରୁ ବ୍ୟାପକ ପରିମାଣର ଅସ୍ତ୍ର ତିଆରି କାରଖାନା ଠାବ

ମାଓବାଦୀ ତିଆରି କରୁଥିବା ଅସ୍ତ୍ର କାରଖାନା ଜଙ୍ଗଲରୁ ଠାବ ହୋଇଛି। ଏଥିସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ ତିଆରି କରିବା କଳ ସମେତ ବିସ୍ପୋରକ ଠାବ କଲେ ଯବାନ।

naxal dump

ମାଲକାନଗିରି: ଜଙ୍ଗଲରୁ ଠାବ ହେଲା ମାଓବାଦୀ ତିଆରି କରୁଥିବା ଅସ୍ତ୍ର କାରଖାନା। ଏଥିସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ସୋନପୁର, କୋହମେଟାଲା ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ ତିଆରି କରିବା କଳ ସମେତ ବିସ୍ପୋରକ ଠାବ କଲେ ଯବାନ।

ମାଓ ଶିବିର ଥିବା ସୂଚନା ପାଇ ବିଏସଏଫ ଏବଂ ଡିଆହଜି ଯବାନ ମିଳିତ ଅପରେସନ କରୁଥିବା ବେଳେ ମିଳିଛି ଏହି ସଫଳତା। ମାଓବାଦୀ ଥିବା ସୂଚନା ପାଇ ଯବାନ ଅପରେସନରେ ଯାଇଥିବା ବେଳେ ଯବାନଙ୍କୁ ଦେଖି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଯବାନ ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ମେସିନ ଏବଂ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ, ଡିଟୋନେଟର ଭଳି ଅନେକ ବିସ୍ପୋରକ ସାମଗ୍ରୀ ସହ ବଡ ବଡ ସିନ୍ଦୁକ, ତେଲ ଟିଣ, ମାଓ ପୋଷାକ ଜବତ କରାଯାଇଛି।

ଯବାନ ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ମେସିନ ଏବଂ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ, ଡିଟୋନେଟର ଭଳି ଅନେକ ବିସ୍ପୋରକ ସାମଗ୍ରୀ ସହ ବଡ ବଡ ସିନ୍ଦୁକ, ତେଲ ଟିଣ, ମାଓ ପୋଷାକ ଜବତ କରାଯାଇଛି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଂଗଲରେ ବୋମା, ବନ୍ଧୁକ ତିଆରି କରୁଥିଲେ। ଯାହାକୁ ପଣ୍ଡ କରିଛନ୍ତି ଯବାନ। ଜବତ ହୋଇଥିବା ସମସ୍ତ ଜିନିଷକୁ ଘଟଣାସ୍ଥଳରେ ହିଁ ଯବାନ ନଷ୍ଟ କରିଦେଇଥିଲେ। ଏହି କାରଖାନା ଠାବ ପରେ ନକ୍ସଲ ବହୁ ପଛରେ ପଡିଯିବେ ବୋଲି ପୁଲିସ କହିଛି। ନକ୍ସଲ ଦମନରେ ଏହା ବଡ଼ ସଫଳତା ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe