ଓଡ଼ିଶା କ୍ୟା‌ଡର ନକ୍ସଲଙ୍କ ଆତ୍ମସମର୍ପଣ

ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ୨ ଅଟକ, କଳାହାଣ୍ଡିରେ ମିଲିସିଆ ଗିରଫ

ଓଡ଼ିଶା କ୍ୟା‌ଡର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : କୋରାପୁଟ-କଳାହାଣ୍ଡି ବର୍ଡର ଡିଭିଜନର କୁଖ୍ୟାତ ନକ୍ସଲ ସୋନୁ ଓରଫ ଡ.ପ୍ରଶାନ୍ତ ମୋଡିଆମ ଆଜି ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଡିଭିସି ଭାବେ ସଂଗଠନରେ କାର୍ଯ୍ୟ କରୁଥିବା ସୋନୁ ଏକାଧିକ ହିଂସାକାଣ୍ଡରେ ସିଧାସଳଖ ସଂପୃକ୍ତ ଥିଲା। ତେଣୁ ମୁଣ୍ଡ ପାଇଁ ସରକାର ୮ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

ଆଜି ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ଦିବ୍ୟାଙ୍ଗ ପଟେଲ ଏବଂ ସିଆରପିଏଫ ଡିଆଇଜି କୋମଲ ସିଂହଙ୍କ ନିକଟରେ ସୋନୁ ଆତ୍ମସମର୍ପଣ କରିଛି। ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡ଼ା ପୁଲିସ ମଧ୍ୟ ଦୁଇ ନକ୍ସଲଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ୨ ଅଟକ
ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୁଲିସ ଆଜି ସକାଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ ବିସ୍ଫୋରକ ବୋଝେଇ କଣ୍ଟେନର (ଟିଏସ ୦୮ ୟୁଏ ୧୨୫୧) ସହ ଡ୍ରାଇଭର ଓ ହେଲପରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ଅଟକ ଡ୍ରାଇଭର ଓ ହେଲପରଙ୍କ ନାମକୁ ପୁଲିସ ପ୍ରକାଶ କରିନାହିଁ। ଏହି କଣ୍ଟ‌େନରରୁ ୨୦୦ ପ୍ୟାକେଟ୍‌ ଜିଲୋଟିନ୍‌ ଜବତ ହୋଇଥିବା ବେଳେ ଏହାର ଓଜନ ଆନୁମାନିକ ୫୦୦୦ କିଲୋ ହେବ ବୋଲି ସୂଚନା ମିଳିଛି। ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ଓ ମୋଟୁକୁ ଯାଉଥିଲା।

କଳାହାଣ୍ଡିରେ ମିଲିସିଆ ଗିରଫ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ଚାଲିଥିବା ମାଓ ଦମନ ଅଭିଯାନକୁ ସୋମବାର ଆଉ ଏକ ସଫଳତା ମିଳିଛି। ମଦନପୁର ରାମପୁର ଥାନା ଅଞ୍ଚଳରେ ଘନ ମାଝୀ ନାମକ ଜଣେ ମାଓବାଦୀ ମିଲିସିଆଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe