ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଶନିବାର ସକାଳୁ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦୀର୍ଘ ୧୨ ବର୍ଷ ହେବ ମାଓବାଦୀ ସଙ୍ଗଠନରେ ସାମିଲ ଥିବା ମାଓବାଦୀମାନେ ନାରାୟଣପୁର ଏସ୍ପି ସନ୍ତୋଷ ସିଂହଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ଏହି ଅବସରରେ ଏଏସ୍ପି ସୁନୀଲ ସୋନି ଓ ବସ୍ତର ରେଞ୍ଜ ପୁଲିସ ନୀରିକ୍ଷକ ବିବେକାନନ୍ଦ ସ୍ନିହାଙ୍କ ଉପସ୍ଥିତିରେ ମଙ୍ଗଟୁ ରାମ(୩୦), ଘାସି ରାମ(୩୦), ଫଗୁନି ରାମ(୩୦), ସୋମା କୁଷେଣ୍ଡି(୪୦), ମଙ୍ଗଟୁ ନୁରେଟି(୩୫), ସନୁ ନୁରେଟି(୨୮), ଶମ୍ଭୁନାଥ କାବାସୀ(୨୦), ମୁରା କୁରେସି(୨୦) ଓ ରେଣୁ କୁରେସି(୨୬) ଆତ୍ମସମର୍ପଣ କରିଛନ୍ତି। ଏମାନେ ହତ୍ୟା, ଘରପୋଡ଼ି, ରାସ୍ତା ଭାଙ୍ଗିବା ଭଳି ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us